ବିଳମ୍ବିତ ରାତିରେ କଟକରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଗଲା  ଦୁଇ ମହଲା କୋଠା । ଏହି ଅଗ୍ନିକାଣ୍ଡରେ ୨ ଜଣ ଯୁବକ, ଯୁବତୀ ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ବିଳମ୍ବିତ ରାତିରେ କଟକର ସିଡିଏ ସେକ୍ଟର-୭ରେ ଦୁଇମହଲା କୋଠା ଜଳିପୋଡ଼ି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ  ଗ୍ୟାରଜରେ ଥିବା କାର୍ ଓ ୨ଟି ବାଇକ୍ ସହ ୨ ଜଣ ଯୁବକ, ଯୁବତୀ ଗୁରୁତର ହୋଇଛନ୍ତି । ସୋଭାଗ୍ୟବଶତଃ ମହଲାରେ ଥିବା ଅନ୍ୟମାନେ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି । ୨ ଜଣ ଗୁରୁତରଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ପାଇ, ପୋଲିସ ଘଟଣାର ତଦନ୍ତ ଜାରି କରିଛି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି ।