କେନ୍ଦ୍ରପଡା ଯିବେ  ବାବା ସାରଥି  ଓରଫ ସନ୍ତୋଷ ରାଉଳ। କେନ୍ଦ୍ରାପଡା ବାରିମୂଳ ଯିବାକୁ ହାଇକୋର୍ଟଙ୍କ ପକ୍ଷରୁ ବୁଧବାର ସର୍ତ୍ତମୂଳକ ଅନୁମତି ମିଳିଛି। ଅସୁସ୍ଥ ଭାଇଙ୍କୁ ଯାଇ ଦେଖା କରିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି କୋର୍ଟ। ୨ ମାସରେ କେବଳ ଥରେ କେନ୍ଦ୍ରାପଡା ବାରିମୂଳ ଯିବାକୁ ଅନୁମତି ମିଳିଛି। ରାତିରେ କେନ୍ଦ୍ରାପଡାରେ ରହି ପାରିବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି । ସକାଳ ସାଢେ ୫ରୁ ସନ୍ଧ୍ୟା ୫ ମଧ୍ୟରେ ଦେଖା କରିପାରିବେ। ଏଥିପାଇଁ ପ୍ରଥମେ ଟ୍ରାଏଲ୍‌ କୋର୍ଟଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ୨ ଶହରୁ ଅଧିକ ଲୋକ ସମାଗମ ନକରିବା ପୂର୍ବରୁ ଥିବା କଟକଣା ବଳବତ୍ତର ରହିବ । ଏହି ସର୍ତ୍ତ କୋହଳ କରିବାକୁ କୋର୍ଟ ସିଧାସଳଖ ମନା କରି ଦେଇଛନ୍ତି। କେନ୍ଦ୍ରାପଡା ନଯିବାକୁ ଓ ୨ ଶହରୁ ଅଧିକ ସମାଗମ ନକରିବାକୁ ପୂର୍ବରୁ ଜାମିନ ସର୍ତ୍ତ ଥିଲା।