ମହାକାଳପଡ଼ା ବାନ୍ଧକୁଦ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ଚାଲିଗଲା ଦୁଇ ନାବାଳକଙ୍କ ଜୀବନ। ମୃତକ ଦୁଇ ଜଣ ବାନ୍ଧକୁଦ ଗାଁର ବୋଲି ଜଣାପଡିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ସବା ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଉକ୍ତ ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ବାନ୍ଧକୁଦ ଗାଁର ୨ଜଣ ଛାତ୍ର ଖେଳିବା ପାଇଁ ବାହାରକୁ ଯାଇଥିଲେ। ହେଲେ ଆଉ ଘରକୁ ଫେରିନଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଏହାପରେ ପରିବାର ଲୋକେ ଦୁଇଜଣଙ୍କର ମୃତଦେହ ଗାଁ ପୋଖରୀରେ ଭାସୁଥିବାର ଦେଖିଥିଲେ। ତୁରନ୍ତ ମୃତଦେହକୁ ପୋଖରୀ ମଧ୍ୟରୁ କାଢି ଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ସବା ବ୍ୟବଚ୍ଛେଦ ପାଇଁ ପଠାଇଛି।
Social Footer