ତାତିରେ ଲାଗିଛି ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ପ୍ରଭାବରେ କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ହାଲୁକା ବର୍ଷା ପ୍ରଭାବରେ ହ୍ରାସ ପାଇଛି ତାପମାତ୍ରା । ଦୁଇ ଦିନ ଯାଏ ଗରମରୁ ତ୍ରାହି ମିଳିବ । ଆଜି ୨୧ ଜିଲ୍ଲାରେ ହାଲୁକା ଓ ମଧ୍ୟମଧରଣର ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଅନ୍ୟପଟେ ୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ ପୁଣିଥରେ ତାପମାତ୍ରା ବଢିବ। ୭ ତାରିଖ ବେଳକୁ ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଆଞ୍ଚଲିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ଥିବାରୁ ଉପକୂଳ ଓଡ଼ିଶାର ତାପମାତ୍ରା ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ବୃଦ୍ଧି ହେବ ନାହିଁ । ଉତ୍ତର ପଶ୍ଚିମ ଓଡ଼ିଶାରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। ୫ ତାରିଖଠାରୁ ସପ୍ତାହକ ଯାଏ ସୁନ୍ଦରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀରର ତାପମାତ୍ରା ୪୦ ଡିଗ୍ରି ଉପରେ ଏବଂ ମଝିରେ ମଝିରେ ୪୨ ଡିଗ୍ରି ଡେଇଁଯିବ। ଏପ୍ରିଲ ମାସରେ ତାପମାତ୍ରା ସ୍ବାଭାବିକ ରହିବ। ଗ୍ରୀଷ୍ମପ୍ରବାହ ଅବଧି କମ୍ ରହିବାର ସମ୍ଭାବନା ରହିଛି ।
Social Footer