Breaking News

ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ; ରାଜଧାନୀରେ ୨ ଚେନ୍ ଲୁଟେରାଙ୍କୁ ଏନ୍‌କାଉଣ୍ଟର

 

ପୁଣି ରାଜଧାନୀରେ ଦୁଇ କୁଖ୍ୟାତ ଅପରାଧୀଙ୍କୁ ଏନକାଉଣ୍ଟର। ବଡ଼ଗଡ଼ ଥାନା ପୋଲିସ ଓ ସ୍ପେଶାଲ କ୍ରାଇମ୍ ୟୁନିଟ୍ ପକ୍ଷରୁ ଏନକାଉଣ୍ଟର ହୋଇଛି। ଉଭୟ ପକ୍ଷ ମଧ୍ୟରେ ୭ ରାଉଣ୍ଡ ଗୁଳି ବିନିମୟ ହୋଇଛି। ଏଥିରେ ବିହାର ଖୋରା ଗ୍ୟାଙ୍ଗର ୨ଜଣ ଅପରାଧୀ ସୋନୁ ଯାଦବ ଓ ମନୀଷ ଯାଦବ ଆହତ ହୋଇଛନ୍ତି। ତେଣୁ ତୁରନ୍ତ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। 

ତେବେ ସେମାନଙ୍କ ନିକଟରୁ ୨ଟି ମାଉଜର୍ ଓ କିଛି ଗୁଳି ଜବତ କରିଛି ପୋଲିସ। ଉଭୟ ଏକାଧିକ ଛିନତାଇ ମାମଲାରେ ସମ୍ପୃକ୍ତ ଥିଲେ। ଗତ ୨୦ତାରିଖ ଦିନ ରାଜଧାନୀରେ ୬ଟି ଚେନ୍ ଚୋରି  କରିଥିଲେ। ତେଣୁ ସେମାନଙ୍କୁ ଧରିବାକୁ ବିଭିନ୍ନ ଯୋଜନା କରିଥିଲା ପୋଲିସ। ଆଉ ଗତକାଲି ସନ୍ଧ୍ୟାରେ ବଡ଼ଗଡ଼ ଅଞ୍ଚଳରେ ସେମାନଙ୍କୁ ଏନକାଉଣ୍ଟର କରିଛି ପୋଲିସ।

Type and hit Enter to search

Close