Breaking News

ଆଜିର ରାଶିଫଳ, 25 ଏପ୍ରିଲ 2025, ଶୁକ୍ରବାର, ମା ଦୂର୍ଗାଙ୍କ କୃପା ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତ୍ତି

 

ମେଷ ରାଶି

ଏହି ରାଶିର ଲୋକଙ୍କୁ ଆଜି ନିଜ ଖର୍ଚ ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ । ଚାକିରି ଏବଂ ବ୍ୟବସାୟରେ ଲାଭ ମିଳିବ । ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଶିକ୍ଷାଗତ ସ୍ତରରେ ଆଶା ଠାରୁ ମଧ୍ୟ ବଡ ସଫଳତା ମିଳିବାର ସମ୍ଭାବନା ଅଛି । ଚାପରେ ଆସି କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ନହେଲେ ପରିସ୍ଥିତି ବିଗିଡି ଯାଇପାରେ । ଆପଣଙ୍କର ପୁରୁଣା ରାଜ ବାହାରି ପାରେ । ରାଜନୀତିରେ ଲାଭ ହେବ । ଧନର ଆଗମନ ମଧ୍ୟ ହେବ । ଆଜି ନିଜ ମନ ପସନ୍ଦର ଭୋଜନ ମିଳିବ । ସାଙ୍ଗ ମାନଙ୍କ ସହିତ ଯାତ୍ରା କରି ପାରନ୍ତି ।

ବୃଷ ରାଶି

ନୂତନ ସ୍ରୋତରୁ ଆଜି ଆପଣଙ୍କୁ ଆଶା ଠାରୁ ଅଧିକ ଧନ ଲାଭ ହେବ ଯାହାକୁ ପାଇ ଆପଣ ମାଲାମାଲ ହୋଇ ପାରନ୍ତି । ଅନେକ ଦିନ ଧରି ଅଟକି ଥିବା କାମ ଆଜି ପୁରା ହେବ । ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । ଦୈନିକ କାମରେ ଆଗ୍ରହ ବଢିବ ଏବଂ ସଠିକ ସମୟରେ କାମକୁ ପୁରା କରିବାର ଲକ୍ଷ ରହିବ । ଭାଗ୍ୟ ଉପରେ ଭରସା କରିବା ପୂର୍ବରୁ ନିଜ କାମ ଉପରେ ଧ୍ୟାନ ଦିଅନ୍ତୁ । କାରୋବାରରେ ବିବେକର ସହିତ କାମ କରନ୍ତୁ ଲାଭ ନିହାତି ମିଳିବ । ଅଳ୍ପ ଚେଷ୍ଟାରେ ଅଧିକ ଲାଭ ମିଳିପାରେ ।

ମିଥୁନ ରାଶି

ଆଜି ଆପଣ ନିଜ ଜୀବନରେ ନକରାତ୍ମକତା ଆଣୁଥିବା ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ସେହି ଲୋକଙ୍କ ଉପରେ ନଜର ରଖନ୍ତୁ ଯିଏ ଆପଣଙ୍କୁ ଖରପା ରାସ୍ତାରେ ନେଇ ଯାଇ ପାରନ୍ତି କିମ୍ବା କିଛି ସୂଚନା ଦେଇ ପାରନ୍ତି ଯାହା ଆପଣଙ୍କ ପାଇଁ ହାନିକାରକ ପ୍ରମାଣିତ ହୋଇ ପାରେ । ଆପଣଙ୍କର ସକାରାତ୍ମକ ମନୋଭାବ ଆପଣଙ୍କୁ ସତେଜ ରଖିବ । ପାର୍ଶ୍ଵ ବ୍ୟବସାୟ ସହିତ ଜଡିତ ବ୍ୟକ୍ତି ମାନଙ୍କୁ ଆରାମ ମିଳିବ କାରଣ ଆପଣ ମାନଙ୍କୁ ଲାଭ ମିଳିପାରେ । ଲଭ ଲାଇଫରେ ନୂତନ ଆଣିବା ପାଇଁ କିଛି ନୂତନ ଚେଷ୍ଟା କରି ପାରନ୍ତି ।

କର୍କଟ ରାଶି

ଆପଣ ନିଜ ରାଗକୁ ସମ୍ପୂର୍ଣ ଭାବରେ ନିୟତ୍ରଣରେ ରଖନ୍ତୁ । ଜୀବନସାଥିଙ୍କ ସହଯୋଗରେ କଠିନ ପରିସ୍ଥିତିରୁ ବାହାରି ପାରିବେ । ସାମାନ୍ୟ ରୂପରେ ଲୋକଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ ଏବଂ ଆପଣଙ୍କର ଲୋକପ୍ରିୟତା ବଢିବ । ଆପଣଙ୍କର ବନ୍ଧୁ ପ୍ରେମ ସମ୍ପର୍କ ରଖିବା ପାଇଁ ଏକ ଗୁରୁତ୍ଵପୂର୍ଣ ଭୂମିକା ନିଭାଇ ପାରନ୍ତି । ବ୍ୟବସାୟୀକ ଚେଷ୍ଟା ବହୁତ ଲାଭକାରୀ ହୋଇ ପାରେ, ଆପଣ ମାନଙ୍କୁ ଏଥିରୁ ଲାଭ ଉଠାଇବାକୁ ହେବ । ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ ରାଶି

ଆଜି ନକରାତ୍ମକ ବିଚାର ଆପଣଙ୍କ ସଫଳତାରେ ବାଧା ସୃଷ୍ଟି କରିପାରେ । ଏହା ସମ୍ଭବ ଯେ ଏହା ଆପଣଙ୍କର ରୋମାଣ୍ଟିକ ଜୀବନର ସବୁଠାରୁ କଠିନ ପର୍ଯ୍ୟାୟ ହେବ, ଯାହା ଆପଣଙ୍କ ହୃଦୟକୁ ସମ୍ପୂର୍ଣ ଭାବେ ଭାଙ୍ଗିପାରେ । ଜୀବନକୁ ସରଳ କରିବା ପାଇଁ ଆପଣ ମାନେ ପରିଚାଳନା କଳାକୁ ଆୟତ୍ତ କରିବା ଆବଶ୍ୟକ ଅଟେ । ସନ୍ତାନ ଉଚ୍ଚଶିକ୍ଷା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀ ମାନଙ୍କୁ ଚାପମୁକ୍ତ ରହି ଅଧୟନ କରିବା ଦରକାର ଯେମିତି କି ସେମାନଙ୍କର ସ୍ମରଣଶକ୍ତି ଭଲ ରହିବ ।

କନ୍ୟା ରାଶି

ଆପଣଙ୍କୁ ଆଜି ଦିନସାରା ଧର୍ଯ୍ୟ ରଖିବାକୁ ପଡିବ । ଆପଣଙ୍କ ସହିତ କାମ କରୁଥିବା ଲୋକଙ୍କୁ ନିଜର ବିଶ୍ଵାସରେ ନିଅନ୍ତୁ । ସଚେତନ ଭାବରେ ସମସ୍ୟା ଗୁଡିକର ସମାଧାନ କରନ୍ତୁ । ଧନ ଲାଭର ସୁଯୋଗ ଆସିବ, ଘରେ ଏବଂ ଅଫିସରେ ନିଜ ସକ୍ରିୟତା ଉପରେ ନିୟତ୍ରଣ ରଖନ୍ତୁ । ଆପଣଙ୍କ ଜୀବନସାଥୀ ସମୟ ଅଭାବର ଅଭିଯୋଗ କରି ପାରନ୍ତି କିନ୍ତୁ ଏହା ବହୁତ ଶୀଘ୍ର ଠିକ ହୋଇଯିବ । ଆଜି କୌଣସି କାମ ପାଇଁ ଆପଣ ଯାତ୍ରା କରି ପାରନ୍ତି । ଅସହାୟ ଲୋକଙ୍କୁ ଭୋଜନ କରିବାକୁ ଦିଅନ୍ତୁ, ଆପଣଙ୍କୁ ସବୁ କାମରେ ସଫଳତା ମିଳିବ ।

ତୁଳା ରାଶି

ଆଜି ଆପଣଙ୍କ ଆତ୍ମବିଶ୍ଵାସ ବହୁତ ଦୃତଗତିରେ ବୃଦ୍ଧି ହେବ । ନୂଆ ଘର କିଣିବା ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ଭାଗ୍ୟରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଯାହାକୁ ଆପଣ ନିଜର ବିଶ୍ଵାସୀ ବୋଲି ଭାବୁଥିଲେ, ସେ ହିଁ ଆପଣଙ୍କ ବିଷୟରେ ଭୁଲ କଥା ପ୍ରସାର କରୁଛି । ଏମିତି ଲୋକଙ୍କୁ ଠାରୁ ସାବଧାନ ରୁହନ୍ତୁ । ଆପଣଙ୍କୁ ନିଜ ଉପରେ ବିଶ୍ଵାସ ରଖିବାକୁ ହେବ । ବେରୋଜଗାର ଲୋକଙ୍କୁ ବହୁତ ଶୀଘ୍ର ଭଲ ଚାକିରି ମିଳିପାରେ ।

ବିଛା ରାଶି

ଆଜି ଦିନରେ ଆପଣ ଶାନ୍ତ ରୁହନ୍ତୁ । ଶାରୀରିକ ଅସୁସ୍ଥତା ଆପଣଙ୍କୁ ବିଚଳିତ କରିପାରେ । ଆଜିର ଦିନ ଆର୍ଥିକ ସ୍ତରରେ ଏକ ଲାଭଦାୟକ ଦିନ ହେବ ଏବଂ ଆପଣ ନିଜର ଲକ୍ଷକୁ ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରିବେ । ମନ ଥିବା ଆଶା ପୂରଣ ହେବ । ସନ୍ତାନ ମାନଙ୍କ ଠାରୁ ଭଲ ଖବର ମିଳିପାରେ । ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାମାନ୍ୟ ରହିବ । ହଠାତ ଖର୍ଚ ହେବ । ପାରିବାରିକ ଜୀବନରେ ବାତାବରଣ ଭଲ ରହିବ । ଛାତ୍ରମାନେ ପାଠ ପଢାରେ ମନ ଦେବେ ।

ଧନୁ ରାଶି

ଆଜି ବଡ ଲୋକଙ୍କ ଠାରୁ ଆପଣଙ୍କୁ ସଂମ୍ମାନ ମିଳିପାରେ । ନୂଆ ଲୋକଙ୍କ ସହିତ ଦେଖା ହୋଇ ଆପଣ ଭଲ ଅନୁଭବ କରିବେ । ଆପଣଙ୍କ ପରିଶ୍ରମ ବହୁତ ଶୀଘ୍ର ରଙ୍ଗ ଆଣିବ । ରାଗ ଉପରେ ନିୟତ୍ରଣ ରଖନ୍ତୁ ନହେଲେ ନିଜ ଲୋକ ମାନଙ୍କ ମଧ୍ୟରେ ଦୂରତା ଆସିପାରେ । ଝଗଡାରୁ ଆପଣଙ୍କୁ କିଛି ଲାଭ ହେବ ନାହିଁ ବରଂ ଆପଣଙ୍କ ଚିନ୍ତା ଆହୁରି ବଢିଯିବ । ପାରିବାରିକ ଝଗଡା ପରିସ୍ଥିତିରେ ଆପଣଙ୍କୁ ଧର୍ଯ୍ୟ ରଖିବାକୁ ପଡିବ ନହେଲେ ସମ୍ପର୍କରେ ଆହୁରି ଅଧିକ ମତଭେଦ ସୃଷ୍ଟି ହୋଇପାରେ । ଦାମୀ ଜିନିଷକୁ ସମ୍ଭାଳି ରଖନ୍ତୁ ।

ମକର ରାଶି

ଆଜି ବାଦ ବିବାଦ ଏବଂ ଝଗଡା ଠାରୁ ଦୂରେଇ ରୁହନ୍ତୁ । ରାଗ ଉପରେ କାବୁ ରହନ୍ତୁ । କଥା ଉପରେ ନିୟତ୍ରଣ ରଖିବା ଆପଣଙ୍କ ପାଇଁ ଲାଭକାରୀ ହେବ । ଆଜିର ସାମୀ ଟଙ୍କା ଏବଂ ଆର୍ଥିକ ସବନ୍ଧିତ ମାମଲାରେ ଟିକେ ସମ୍ଭାଳି ରହିବା ଆବଶ୍ୟକ ଅଟେ । ଆଜି ଆପଣଙ୍କ ଦିନ ଭଲ ରହିବ । ଜୀବନସାଥିଙ୍କ ସହିତ ଆପଣଙ୍କ ସମ୍ପର୍କ ଭଲ ରହିବ । ଆପଣଙ୍କୁ ବ୍ୟାୟାମ କରିବା ଆବଶ୍ୟକ ଅଟେ ଯାହାଦ୍ୱାରା ଆପଣ ଲମ୍ବା ସମ୍ପା ପର୍ଯ୍ୟନ୍ତ ନିଜକୁ ସୁସ୍ଥ ରଖି ପାରିବେ । କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହୋଇପାରେ । ବୟସ୍କ ଲୋକଙ୍କୁ ପୁରୁଣା ରୋଗ ପାଇଁ କଷ୍ଟ ହେବ ।

କୁମ୍ଭ ରାଶି

ଆଜି ଯାତ୍ରା ଶୁଭ ଏବଂ ଲାଭକାରୀ ହେବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ଉପରେ ଦାୟିତ୍ଵର ବୋଝ ବଢିପାରେ । ଆପଣଙ୍କର ଦେଖାଶୁଣା ଏବଂ ସ୍ନେହୀ ସ୍ଵଭାବ ଆପଣଙ୍କୁ ସଂମ୍ମାନ ଦେବ । ଆପଣଙ୍କ ମାଲିକ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ରାୟ ନେବେ । ନୂଆ କାମ ଆରମ୍ଭ କରିବା ପାଇଁ ଭଲ ଦିନ ଅଟେ । ପ୍ରେମ ମାମଲାରେ ସମ୍ପୂର୍ଣ ଭାବରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ପାଇଁ ସମୟ ବହୁତ ଭଲ ରହିବ ।

ମୀନ ରାଶି

କୌଣସି ନୂଆ କାମ କିମ୍ବା ପ୍ରୋଜେକ୍ଟ ମିଳିପାରେ । ପରିବାର କାମରେ ସାରାଦିନ ବ୍ୟସ୍ତ ରହିବେ । ଆପଣଙ୍କୁ ସଫଳତାର ନୂଆ ରାସ୍ତା ମିଳିବ । ମାନସିକ ଅଶାନ୍ତି ପାଇଁ ଆପଣ ବିଚଳିତ ଅନୁଭବ କରିପାରନ୍ତି । ବେପାରୀ ମାନଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ପରିବାରର ଖୁସି ପାଇଁ ଆପଣ ସବୁ ପ୍ରକାରର ଚେଷ୍ଟା କରିବେ । ଆପଣଙ୍କ ମାଆଙ୍କ ସ୍ଵାସ୍ଥ୍ୟରେ ସୁଧାର ଦେଖିବାକୁ ମିଳିବ, ଯାହାଦ୍ୱାରା ସମସ୍ତେ ଖୁସି ହେବେ । ଦିନର ଆରମ୍ଭ ଧ୍ୟାନରେ କରନ୍ତୁ । ଜୀବନସାଥିଙ୍କ ଠାରୁ ଆପଣଙ୍କୁ ଅନେକ ପ୍ରେମ ଏବଂ ସହଯୋଗ ମିଳିବ ।

Type and hit Enter to search

Close