• ୩ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ସହ ବହୁ ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ ।
ବ୍ରହ୍ମପୁର, ୨୧/୫ (ଅଭିଜିତ କର): ସ୍ଥାନୀୟ ଡ଼ାଇମଣ୍ଡ ଯୁବୁଲି ଟାଉନ ହଲରେ ରବିବାର ଭିଜେ ଇନ୍ଫୋ କମ୍ପ୍ୟୁଟର ଇନଷ୍ଟିଚ୍ୟୁର ୨୫ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ନିର୍ଦ୍ଦେଶକ ସୂର୍ଯ୍ୟ ନାରୟଣ ସାହୁ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିବା ସହ ଅତିଥିଙ୍କୁ ସ୍ଵାଗତ ଜଣାଇ ପରିଚୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବ ବିଦ୍ୟାଳୟ ତିରୁପତିର କୁଳପତି ତଥା ଭାରତର ରାଷ୍ଟ୍ରପତିଙ୍କ ଦ୍ବାରା ପୁରସ୍କୃତ ମହାମୟୋ ପାଧ୍ୟୟ ଶ୍ରୀଯୁକ୍ତ ହରେକୃଷ୍ଣ ଶତପଥୀ ଯୋଗ ଦେଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଖୋଲିକୋଟ ଏକକ ବିଶ୍ବ ବିଦ୍ୟାଳୟ କୁଳପତି ପ୍ରଫେସର ଶ୍ରୀ ପ୍ରଫୁଲ କୁମାର ମହାନ୍ତି, ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ସଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ, ଭିଜେ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ସି.ଶରତ କୁମାର ଏବଂ ପ୍ରଶିକ୍ଷିତା ସରିତା ସାହୁ ପ୍ରମୁଖ ଯୋଗଦେଇ “ଭିଆଇ ଇଗ୍ନିଟ” ନାମକ ଏକ ପାଠ୍ୟକ୍ରମ ଉଦଘାଟନ କରିଥିଲେ । ଏହି ଅବସରରେ ସହରର କିଛି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସେଥି ମଧ୍ୟରୁ ଅନୁଷ୍ଠାନ ତରଫରୁ ପ୍ରାଧ୍ୟାପକ ଜଗନ୍ନାଥ ପଣ୍ଡା, କୈଳାଶ ତ୍ରିପାଠୀ ଓ ବରିଷ୍ଠ ଶିକ୍ଷାବିତ୍ ମାୟାଧର ସାହୁ ମହୋଦୟଙ୍କୁ ପାଦ ଧୋଇ ସମ୍ମାନ ପୂର୍ବକ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।
ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ରୀ ଭାବେ ଲୋପାମୁଦ୍ରା ମହାରଣାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ, ଶ୍ରେଷ୍ଠ ସହଯୋଗୀ ଛାତ୍ରଛାତ୍ରୀ ଭାବେ ଏ. ଲକ୍ଷ୍ମୀ ନାରାୟଣ ହରିଶ, ଶତ ପ୍ରତିଶତ ଉପସ୍ଥାପନରେ ଆଶିଷ ସାହାଣୀ ଏବଂ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗିତାଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରିଥିଲେ । ଏହାସହ ଅନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର କାର୍ଯ୍ୟକର୍ତା ଶିକ୍ଷୟତ୍ରୀ ଆଦ୍ୟାସା, ସଞ୍ଚିତା, ଲଳିତା, ଅନୁ, ଉତ୍କଳିକା, ରୋଷିତା, ସ୍ୱୟଂପ୍ରଭା ସଭାକାର୍ଯ୍ୟ ପରିଚାଳନା କରୁଥିବା ବେଳେ, ଶୋଭନା ସାହୁ, ସର୍ଚ୍ଚିତା ସାହୁ, ଦିବ୍ୟଶ ସାହୁ, ଶୀବାନି ମହାଙ୍କୁଡ, ସନ୍ତୋଷୀ ସାହୁ, ଦୀପିକା ବେହେରା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ସଭାକାର୍ଯ୍ୟ ଶେଷରେ ସରିତା ସାହୁ ଧନ୍ୟବାଦ ଅର୍ପଣ କରିଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।