ବ୍ରହ୍ମପୁର : ଗୋପାଳପୁର ଶ୍ରଦ୍ଧା ସଂଜୀବନୀ ଶିଶୁ ଯତ୍ନ ଅନୁଷ୍ଠାନ ଠାରେ ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡ଼ଙ୍ଗୀ ଙ୍କ ପୌରହିତ୍ୟ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ଜଗମୋହନ ମହାପାତ୍ର, ଗଜପତି ଜିଲ୍ଲା କିଶୋର ନ୍ୟାୟ ବୋର୍ଡ ର ସଦସ୍ୟ ବୈରାଗୀ ପାତ୍ର, ଶିଶୁ କଲ୍ୟାଣ ସମିତି ର ସଦସ୍ୟ ହରିହର ପାଢ଼ୀ, ଅରୁଣା ସ୍ବେଛାସେବୀ ଅନୁଷ୍ଠାନ ର ମୁଖ୍ୟ ଲୋକନାଥ ମିଶ୍ର, ଅରୁଣା ର ସମ୍ପାଦିକା ସୌଦାମିନୀ ରଥ, ସ୍ବେଛାସେବୀ ଟୁନା ଦୋରା ପ୍ରମୁଖ ମଂଚାସୀନ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ଧରାକୋଟ ବାଲ୍ମୀକେଶ୍ୱେର ଶିଶୁ ଯତ୍ନ ଅନୁଷ୍ଠାନ ର 16 ଜଣ , ଚିକିଟି ଦିବ୍ୟ ଜୀବନ ଶିଶୁ ଯତ୍ନ ଅନୁଷ୍ଠାନ ର 06 ଜଣ, ଗୋପାଳପୁର ଶ୍ରଦ୍ଧା ସଂଜୀବନୀ ଶିଶୁ ଯତ୍ନ ଅନୁଷ୍ଠାନ ର 04ଜଣ, ଉତ୍କଳ ବାଳାଶ୍ରମ 02 ଜଣ କୁ ମିଶି ମୋଟ 28 ଜଣ ବିଦ୍ୟାର୍ଥୀ କୁ ଅତିଥି ମାନଙ୍କ ଦ୍ୱାରା ସଂମାନ୍ନୀତ କରାଯାଇଥିଲା l
ଅରୁଣା ର ସୁସ୍ମିତା ଭୋଇ ସ୍ୱାଗତ ଓ ଧନ୍ୟବାଦ ପ୍ରସ୍ତାବ ଦେଇଥିବା ବେଳେ ଉତ୍କଳ ବାଳାଶ୍ରମ ର ସସ୍ମିତା ପାଢ଼ୀ,ବାଲ୍ମୀକେଶ୍ୱେର ଶିଶୁ ଯତ୍ନ ଅନୁଷ୍ଠାନ ଜି. ଗୀତାଞ୍ଜଳି ଦୋରା,ଚିକିଟି ଦିବ୍ୟ ଜୀବନ ଶିଶୁ ଯତ୍ନ ଅନୁଷ୍ଠାନ ର ମାନସ ରଞ୍ଜନ ପଣ୍ଡା, ଶ୍ରଦ୍ଧା ସଂଜୀବନୀ ଅନୁଷ୍ଠାନ ର ସୂର୍ଯ୍ୟକାନ୍ତ ପଣ୍ଡିତ,ପ୍ରମୁଖ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ l ସୁରକ୍ଷା ଓ ଯତ୍ନ ଆବଶ୍ୟକ ହେଉଥିବା ଶିଶୁ ମାନଙ୍କୁ ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ପୋଷଣ, ବ୍ୟବହାରିକ ପରିବର୍ତ୍ତନ, ପରିଷ୍କାର ପରିଛନ୍ନତା, ରହିଲେ ସେମାନଙ୍କ ସାମଗ୍ରୀକ ବିକାଶ ହେବ ବୋଲି ବହୁ ବ୍ୟକ୍ତା ମତ ରଖିଥଲେ l ମେଟ୍ରିକ ପାସ ପରେ ପିଲା ଙ୍କ ଇଛା ମୁତାବକ ଆଇ ଆଇ ଟି, ଡିପ୍ଲମା କିମ୍ବା କଲେଜ ପାଠ ପଢିବାକୁ ଜିଲ୍ଲା ପ୍ରଶାସନ ନିଶ୍ଟିତ ସହଯୋଗ କରିବେ ବୋଲି ପ୍ରତିଶୁତି ପ୍ରଦାନ କରିଥିଲେ l