ନାଚୁଣୀ,,08/09:ବାଲୁଗାଁ ଅବକାରୀ ଏ. ଏସ. ଆଇ. ସୁଦୀପ୍ତ କୁମାର ଦାସଙ୍କୁ ଭିଜିଲାନ୍ସ ବିଭାଗ ର ରେଡ ପରେ ବାଣପୁର ରେ ଥିବା ଚୋରା ଦେଶୀ ମଦ ବେପାରୀ ଖୁଲମଖୁଲା ବେପାର ଆରମ୍ଭ କରିଦେଇଛନ୍ତି l ଆଗରୁ ବହୁବାର ଦେଶୀ ମଦ କାରବାର କରି ଅବକାରୀ ପୋଲିସ ବାବୁଙ୍କ ଆଖିରେ ଧୂଳି ଦେଇ ଖସିଯାଉ ଥିବା ବେଳେ,ଖବର ପାଇ ନାଚୁଣୀ ଥାନା ଭାରପ୍ରାପ୍ତ ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇଥିଲା l ତେବେ ଏହି କ୍ରମରେ ଆୟତ ପୁର ଅଂଚଳ ରୁ ୨ଜଣ ଦେଶୀ ମଦ ବେପାରୀ କୁ କାବୁ କରିବା ସହିତ ତିରିଶ ଲିଟର ଦେଶୀ ମଦ ଜବତ କରି କରିଛି ନାଚୁଣୀ ଥାନା ପୋଲିସ l ଉକ୍ତ ଦୁଇ ଜଣ ମଦ ମାଫିଆ ଙ୍କୁ ନାଚୁଣୀ ଥାନା କେସ ନମ୍ବର 211/23,U/S 272/273/34,IPC ସେକ୍ସନ 52(a)ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ର ସୂଚନା ଦେଇଛନ୍ତି ନାଚୁଣୀ ଥାନା ଆଇ. ଆଇ. ସି.ଶ୍ରୀ ଜେନା l