ଆସିକା: ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ତୃତୀୟ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି l
ଆଜିର ଏହି ପରୀକ୍ଷା ରେ ମୋଟ 111 ଜଣ ବିଦ୍ୟlର୍ଥୀ ମଧ୍ୟରୁ ଛଅ ଜଣ ଅନୁପସ୍ଥିତ ରହି ମୋଟ 105 ଜଣ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ଏବଂ ଏନଏସି ର ପ୍ରାୟ 100 ସ୍କୁଲ ରୁ ଛାତ୍ର ଛାତ୍ରୀ ଏହି ପରୀକ୍ଷା ପାଇଁ ମନୋନୀତ ହୋଇଥିଲେ l
ଏହି ପରୀକ୍ଷା କେନ୍ଦ୍ରକୁ ପର୍ଯ୍ୟବେକ୍ଷକ ଭାବେ ଆସିକା ଗୋଷ୍ଠୀ ଶିକ୍ଷା ଅଧିକାରୀ ମୁନ ରାଣୀ ମାହାନ୍ତି, ଏବିଇଓ ବିଭୁନନ୍ଦନ ପଣ୍ଡା ଙ୍କ ତତ୍ୱାବଧାନରେ ଅନୁଷ୍ଠିତ ପରୀକ୍ଷା କେନ୍ଦ୍ର ରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜଲି ମହାପାତ୍ର ତତ୍ୱାବଧାନରେ କରିଥିବା ବେଳେ ନମିତା ପାଣି, ଵାଣିଶ୍ରୀ ପଣ୍ଡା, ପଦ୍ମlବତୀ ଦୋରା, ରଶ୍ମିତା ପାତ୍ର, ଇନ୍ଦିରା ଦାଶ, ପି ରୋଜା ପ୍ରମୁଖ ପରୀକ୍ଷା ପରିଚାଳନା କରିଥିଲେ l ଏହି ପରୀକ୍ଷା ରେ ଉତୀର୍ଣ୍ଣ ଛାତ୍ର ଛାତ୍ରୀ ମାନଙ୍କୁ 200 ଟଙ୍କା ପ୍ରତ୍ୟେକ ମାସରେ 2 ବର୍ଷ ପର୍ଯ୍ୟନ୍ତ ମିଳିବl ନିୟମ ରହିଛି l