କେନ୍ଦୁପଦର କଲେଜର ୪ ଛାତ୍ରୀ ପୁରସ୍କୃତ

ଆସିକା:30/09: ଆସିକା ବ୍ଲକ ଅନ୍ତର୍ଗତ କେନ୍ଦୁପଦରସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ୪ ଜଣ ଶିକ୍ଷାର୍ଥୀ କଲେଜ ପାଇଁ ଗୌରବ ଆଣିଛନ୍ତି I ବ୍ରହ୍ମପୁରର ବିଜୁ ପଟ୍ଟନାୟକ ସାଂସ୍କୃତିକ ଭବନରେ ଅନୁଷ୍ଠିତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପର୍ଯ୍ୟଟନ ବିଭାଗ ଓ ପର୍ଯ୍ୟଟନ ଭାରତର ମିଳିତ ଆନୁକୂଲ୍ୟରେ ତ୍ରିଦିବସୀୟ “ଜାତୀୟ ପର୍ଯ୍ୟଟନ ଉତ୍ସବ” ପାଳିତ ହୋଇଛି I ଏହି ଉପଲକ୍ଷେ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଓ ବତ୍କୃତା ପ୍ରତିଯୋଗିତାର ଆୟୋଜନ ହୋଇଥିଲା I ସେହି ପ୍ରତିଯୋଗିତା ରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଛନ୍ତି I

ଉକ୍ତ କାର୍ଯ୍ୟକ୍ରମରେ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ହରି ଶଙ୍କର ପାଣ୍ଡେଙ୍କ ନିର୍ଦ୍ଧେଶକ୍ରମେ ଡ. କୁନା ସୁନାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠାନର ଚାରିଜଣ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଯୋଗଦାନ କରି ପୁରସ୍କୃତ ହୋଇଛନ୍ତି I ସେମାନଙ୍କ ମଧ୍ୟରୁ +୩, ୫ମ ସେମିଷ୍ଟାରର ପୂଜା ରାଣୀ ପ୍ରଧାନ ପର୍ଯ୍ୟଟନ ସମ୍ପର୍କରେ ବତ୍କୃତା ପ୍ରଦାନ କରି ପ୍ରଥମ ପୁରସ୍କାର, +୩, ୩ୟ ସେମିଷ୍ଟାରର ଛାତ୍ରୀ ଶ୍ରାବଣୀ ସ୍ୱାଇଁ, କେ. ଜ୍ୟୋତୀ ପାତ୍ର ସମ୍ବଲପୁରୀ ଗୀତରେ ନୃତ୍ୟ ପରିବେଷଣ କରି ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ପୁରସ୍କାର ଏବଂ ନାରୀଙ୍କୁ ଏସିଡ୍ ଆକ୍ରମଣ ପ୍ରସଙ୍ଗରେ ନିଜର ଅଭିନୟ ପ୍ରଦର୍ଶନ କରି +୩, ୩ୟ ସେମିଷ୍ଟାରର ଛାତ୍ରୀ ଅଭିପ୍ସା ଖଟେଇ ଦ୍ଵିତୀୟ ପୁରସ୍କାର ପ୍ରାପ୍ତ କରିଛନ୍ତି I ଏହି ସମସ୍ତ ବିଜେତାଙ୍କୁ ଅନୁଷ୍ଠାନର ଅଧ୍ୟକ୍ଷ ମହୋଦୟ ଓ ଅନ୍ୟାନ୍ୟ ଅଧ୍ୟାପକ ତଥା ଅଧ୍ୟାପିକାମାନେ ଶୁଭେଚ୍ଛା ଜ୍ଞାପନ କରିଛନ୍ତି I