ନେତାଙ୍କ ସମ୍ପର୍କୀୟ ଘରୁ ଜବତ ହେଲା କଳା ଟଙ୍କା । ଅଧ ରାତିରେ ଚାଲିଥିଲା ଆଇଟି ରେଡ । ଆଉ ରେଡ କରୁ କରୁ ସାମ୍ନାକୁ ଆସିଲା ଏକାଧିକ ପେଟି ଭର୍ତ୍ତି ଟଙ୍କା । ଯାହାକୁ ଦେଖି ଆୟକର ଅଧିକାରୀଙ୍କ ଆଖି ଖୋସି ହୋଇଗଲା। ଗୋଟିଏ ଫ୍ଲାଟରୁ ଏକ କି ଦୁଇ ନୁହେଁ, ମିଳିଲା ୨୧ ପେଟି ଭର୍ତ୍ତି ଟଙ୍କା। ଆୟକର ବିଭାଗ ପକ୍ଷରୁ ଉକ୍ତ ଟଙ୍କା ଜବତ କରି ନିଆଯାଇଛି। ଆୟକର (ଆଇଟି) ଅନୁସନ୍ଧାନକାରୀମାନେ ଗୁରୁବାର ଦିନ କର୍ଣ୍ଣାଟକର ଅନେକ ଜଣାଶୁଣା କଣ୍ଟ୍ରାକ୍ଟରଙ୍କୁ ଟାର୍ଗେଟ କରି ବ୍ୟାପକ ସର୍ଚ୍ଚ ଏବଂ ଜବତ କାର୍ଯ୍ୟ ଆରମ୍ଭ କରିଥିଲେ ।
ଏହି ଅପରେସନ୍ ରେ ଯେଉଁ ଫ୍ଲାଟରୁ ୨୧ ପେଟି ଭର୍ତ୍ତି ଟଙ୍କା ଜବତ କରାଯାଇଥିଲା ସେହି ଫ୍ଲାଟଟି ବାଙ୍ଗାଲୁରୁର କଂଗ୍ରେସ ନେତାଙ୍କର ଜଣେ ସମ୍ପର୍କୀୟଙ୍କର ବୋଲି ଜଣାଯାଇଛି। ଆୟକର ବିଭାଗ ପକ୍ଷରୁ ନେତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଘରେ ବି ଗତକାଲି ଚଢ଼ାଉ କରାଯାଇଥିଲା। ତେବେ ନେତାଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ବେଳେ ସେଠାରୁ ୨୧ ପେଟି ଭର୍ତ୍ତି ଟଙ୍କା ମିଳିଥିଲା । ପେଟି ଭିତରୁ ୪୨ କୋଟି ଟଙ୍କା ମିଳିଛି। ସମସ୍ତ ନୋଟ୍ ୫୦୦ ଟଙ୍କିଆ ରହିଛି। ବେଳେ ଆୟକର ବିଭାଗ ପକ୍ଷରୁ ତାହାକୁ ଜବତ କରାଯାଇଛି। ତେବେ ଏତେ ଟଙ୍କା କାହାର କେଉଁଠି ଆସିଲା ତାହା ତଦନ୍ତ ଆରମ୍ଭ କରିଛି ଆୟକର ବିଭାଗ । ଏହି ଘଟଣାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।