ଛତ୍ରପୁର ୧୨/୫ : ଛତ୍ରପୁର ଥାନା ପୋଲିସ୍ କୁ ମିଳିଛି ବଡ ସଫଳତା । ଥାନା ଅନ୍ତର୍ଗତ ଚିକଲଖଣ୍ଡି, ରାମଲକ୍ଷ୍ମୀନଗର ଦ୍ୱିତୀୟ ଗଳି ଓ ଛତ୍ରପୁର ସିନେମା ହଲ ସାହି ରେ ହୋଇଥିବା ପୃଥକ ପୃଥକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ୍ କରିଛି ଛତ୍ରପୁର ଥାନା ପୋଲିସ୍ । କେଶ ନମ୍ବର ୩୪୯/୨୩, ୩୫୧/୨୩ ଓ ୧୧/୨୩ ମାମଲାରେ ସମ୍ପୃକ୍ତ ଥିବା ଆସାମୀ ମାନଙ୍କୁ ଗିରଫ୍ କରିବା ସହିତ ଚୋରୀ ସାମଗ୍ରୀ କୁ ଜବତ କରିଛି ପୋଲିସ୍ । ମୁଖ୍ୟ ଆସାମୀ ମାନେ ଧରା ପଡିନଥିବା ବେଳେ କବାଡିଆ ଦୋକାନୀ ସହ ୨ ନାବାଳକ ସମେତ ୫ ଜଣଙ୍କୁ ପୋଲିସ୍ ଗିରଫ୍ କରି କୋର୍ଟ ଚାଲାଣ କରିଥିବା ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।