ଲାଞ୍ଚ ନେଇ ନକଲି ପ୍ରମାଣ ପତ୍ର ଦେବା ଅଭିଯୋଗରେ ବନ୍ଧା ହେଲେ ଆରଆଇ। ବରଗଡ଼ ଜିଲ୍ଲା ଭଟଲି ତହସିଲ ସୁକୁଡ଼ାର ଆରଆଇଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭଟଲି ପୁଲିସ। ଟଙ୍କା ନେଇ ନକଲି ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ପ୍ରମାଣ ପତ୍ର, ଚରିତ୍ର ପ୍ରମାଣ ପତ୍ର ଦିଆ ଯାଇଥିବା ଆରଆଇଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭଟଲି ପୋଲିସ।
ସୂଚନା ଅନୁସାରେ , ବରଗଡ଼ ଜିଲ୍ଲା ଭଟ୍ଲି ତହସିଲ ସୁକୁଡ଼ାର ଆରଆଇଙ୍କ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରାଯାଇଛି। ଟଙ୍କା ନେଇ ନକଲି ଜାତିଗତ ପ୍ରମାଣପତ୍ର, ସ୍ଥାୟୀ ପ୍ରମାଣ ପତ୍ର, ଚରିତ୍ର ପ୍ରମାଣ ପତ୍ର ଦିଆ ଯାଇଥିବା ଅଭିଯୋଗ ହୋଇଥିଲା ଆରଆଇଙ୍କ ବିରୁଦ୍ଧରେ। ଏ ନେଇ ପୁଲିସ ଖୋଳତାଡ଼ କରିବା ପରେ ଆରଆଇଙ୍କ ସମେତ ୫ଜଣଙ୍କୁ ଗିରଫ କରିଛି ଭଟ୍ଲି ପୋଲିସ। ସ୍ଥାୟୀ ବାସିନ୍ଦା, ଚରିତ୍ର ଓ ଜାତିଗତ ପ୍ରମାଣ ପତ୍ର ପାଇଁ ଉତ୍ତରପ୍ରଦେଶ କସଗଞ୍ଜ ଜିଲ୍ଲାର ତିନି ଜଣ ଯୁବକ ଭଟଲି ଥାନା ଅନ୍ତର୍ଗତ ସୁକୁଡ଼ାର ଆରଆଇ ଓ ସରପଞ୍ଚଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇଥିଲେ। ଏହି ଘଟଣାର ତଦନ୍ତ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି ଭଟ୍ଲି ପୋଲିସ।