ବାଣପୁର,05/10: ଓଡିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ମହିଳା ଉଚ୍ଚ ମାଧ୍ୟ ମିକ ବିଦ୍ୟାଳୟ କୁ ପଚିଶଲକ୍ଷ ଟଙ୍କା ମଞ୍ଜୁରୀ ମିଳବା ପରେ,ତିଆର ହେବ ନୂତନ ଦୁଇଟି ପାଠାଗାର ସ୍ମାର୍ଟ ରୁମ, ଶୌଚାଳୟ, ପରିଶ୍ରାଗାର ସହିତ ଲାଇବ୍ରେରୀ ଘର l ଛାତ୍ରୀ ମାନଙ୍କୁ ମିଳିବ ସ୍ମାର୍ଟ ସ୍କୁଲ ର ବିଶେଷ ସୁବିଧା l ତେଣୁ ବିଦ୍ୟାଳୟ ର ପ୍ରିନସିପାଲ, ଅଧ୍ୟାପିକା ଓ ଅଧ୍ୟାପକ ସମେତ ଛାତ୍ରୀ ଙ୍କ ଉପସ୍ଥିତ ରେ ବାଣପୁର ଏନ.ଏ.ସି. ଚେୟାରମ୍ୟାନ ଶ୍ରୀଯୁକ୍ତ ମିଟୁ ନାୟକ ଶ୍ରୀଫଳ ବାଡେଇ ଭିର୍ତ୍ତିପ୍ରସ୍ତର ସ୍ଥାପନ କାମ ଆରମ୍ଭ ପାଇଁ ଶୁଭ ଦେଲେ l ପୂର୍ଵ ରୁ ବାଣପୁର ରେ ସାଧାରଣତଃ ଛାତ୍ରୀ ମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖି ସ୍ବର୍ଗତ ଲଷ୍ମୀଧର ଭୋଳ ସେଠାରେ ଗୃହ ନିର୍ମାଣ କରି ଯୁକ୍ତ ଦୁଇ ଶିକ୍ଷା ପାଇଁ ଏକ ଗ୍ରାମୀଣ ମହିଳା ଉଚ୍ଚ ବିଦ୍ୟାଳୟ ଟିଏ ପ୍ରତିଷ୍ଠା କରିଥିଲେ l
ସେ ଜଣେ ଶିକ୍ଷାବିତ, ସମାଜସେବୀ ଓ ପରୋଉପକାରୀ ସହିତ ବାଣପୁର ଅଞ୍ଚଳରେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ l ବର୍ତମାନ ସମୟରେ ଉକ୍ତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧିକ ଛାତ୍ରୀ ଥିବାରୁ ସେମାନଙ୍କୁ ଆବଶ୍ୟକ ଠାରୁ କମ ଗୃହ ଥିବାରୁ ଅସୁବିଧାର ସମ୍ମୁଖୀନ ହେଉଥିଲା l ଏହି ପରିପ୍ରେକ୍ଷୀରେ ଉକ୍ତ ବିଦ୍ୟାଳୟ 5ଟି ଯୋଜନାରେ ସଫଳ ରୂପାୟନ ପୂର୍ଣ୍ଣ ହେବ ବୋଲି ସମସ୍ତ ଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସମେତ କର୍ମଚାରୀ ମାନେ ଖୁସି ବ୍ୟକ୍ତ କରିଛନ୍ତି l