ମୁମ୍ବାଇ ଗୋରେଗାଓଁରେ ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, 7 ମୃତ, ଅନେକ ଆହତ

ଶୁକ୍ରବାର ସକାଳେ ମହାରାଷ୍ଟ୍ରର ଗୋରେଗାଓଁରେ ଜି + ୫ ବିଲ୍ଡିଂର ଲେବଲ ୨ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁରେ ୩୯ ଜଣ ଆହତ ହୋଇଥିବାବେଳେ, ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଦୁର୍ଘଟଣାରେ ୩୦ ରୁ ଅଧିକ ବାଇକ୍ ଏବଂ ୪ ଟି କାର ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ମୁମ୍ବାଇ ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ଆହତ ହୋଇଥିବା ୪୬ ଜଣଙ୍କ ମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୩୯ ଜଣ ଏଚ୍.ବି.ଟି ଏବଂ କପୁର୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ଶୁକ୍ରବାର ସକାଳ ପ୍ରାୟ ୩ ଟାରେ ପୋଲିସ ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ପାଇଥିଲା। ସୂଚନା ପାଇବା ମାତ୍ରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ବିଲ୍ଡିଂରେ ଫସି ରହିଥିବା ଲୋକଙ୍କୁ ବାହାର କରି ଡାକ୍ତରଖାନାକୁ ନେଇଥିଲେ। କୁହାଯାଉଛି ଯେ ଅଗ୍ନିକାଣ୍ଡ ଯୋଗୁଁ ଲୋକମାନେ ବିଭିନ୍ନ ମହଲାରେ ଫସି ରହିଥିଲେ। ବହୁ ପରିଶ୍ରମ ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।