72 ପ୍ରହର ଅଖଣ୍ଡ ନାମଯଂଜ୍ଞରେ ବେଶ ଆକର୍ଷଣ ମିନାବଜାର ସାଙ୍ଗକୁ ଝୁଲା ଦୋଳି, ଯୋଗଦେଲେ ଓଡିଶା ମାନ୍ୟବର ବାଚସ୍ପତି ଶ୍ରୀ ଆରୁଖ

ଜଗନ୍ନାଥ ପ୍ରସାଦ କଇଥ ସାହିରେ ହେଉଥିବା 72ପ୍ରହର ଅଖଣ୍ଡ ନାମଯଂଜ୍ଞର ଆଜିକୁ ନଅ ଦିନ ଧରି ହୋଇଥିଲା ଆଜି ଶେଷ ଦିବସ l ଏହି ଶେଷ ଦିନରେ ମାନ୍ୟବର ଓଡିଶା ବିଧାନସଭା ବାଚସ୍ପତି ଶ୍ରୀଯୁକ୍ତ ବିକ୍ରମ କେଶରୀ ଆରୁଖ ଆଜି ସନ୍ଧ୍ୟା 8. ଘଣ୍ଟ ସମୟରେ କଇଥ ସାହିରେ ହେଉଥିବା ନାମଯଂଜ୍ଞରେ ଯୋଗ ଦେଇଥିଲେ l ଗ୍ରାମବାସୀ ଏବଂ ନାମଯଂଜ୍ଞ କମିଟିର ସଦସ୍ୟ ମାନେ ଉପଢୌକନ ଦେଇ କଡା ସୁରକ୍ଷା ବଳୟରେ ଯଂଜ୍ଞ ହେଉଥିବା ସାଲାଗୃହ ପାଖକୁ ପାଛୋଟି ନିଆଯାଇଥିଲା l କଇଥ ସାହି ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ନାମଯଂଜ୍ଞରେ ଶ୍ରୀ ଆରୁଖ ଯୋଗ ଦେଇ ପୂଜାର୍ଚନା କରି ସଂକୀର୍ତନ ଦଳ ସହିତ ନାମଯଂଜ୍ଞର ଚତୁର୍ପାଶ୍ୱ ବୁଲିଥିଲେ l ଗ୍ରାମର ବହୁ ଜନସାଧାରଣଙ୍କ ଉପସ୍ଥିତି ତାଙ୍କୁ ସ୍ବାଗତ କରାଯାଇଥିଲା l

ନାମଯଂଜ୍ଞରେ ଆକର୍ଷଣୀୟ ମେଢ଼, ଉଚ୍ଚାଭିମୁଖୀ ତୋରଣ,ମିନା ବଜାର, ଝୁଲା ଦୋଳି, ସାଙ୍ଗକୁ ରଙ୍ଗୀନ ଆଲୋକରେ ଝଲସି ଉଠୁଛି ସମଗ୍ର ବଜାର ସମେତ କଇଥ ସାହି ଅଂଚଳ l ଏହି ଯଂଜ୍ଞରେ ଅସମ୍ବାଳ ଭିଡ଼ ଦେଖିବାକୁ ମିଳିଛି l ଏହି ଅଖଣ୍ଡ ନାମଯଂଜ୍ଞ ଦୀର୍ଘ 9.ଦିନ ଧରି ଗୁରୁବାର ଠାରୁ ଆରମ୍ଭ ହୋଇ ଶନିବାର ପର୍ଯ୍ୟନ୍ତ ଚାଲୁରହିଥିଲା l ମେଳାରେ ମିନା ବଜାର ଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ, ଦୋଳି ଅନେକ ଦୋକାନ ମାନ ପଡିଥିଲା l ପ୍ରଚଣ୍ଡ ଖରା ପାଇଁ ଦିନରେ ଲୋକଙ୍କ ଭିଡ କମ ରହୁଥିବା ଵେଳେ ରାତିରେ ଭିଡ ଅଧିକ ରହୁଥିବା ଦେଖିବାକୁ ମିଳୁଛି l ଅଧିକ ଖରା ସାଙ୍ଗକୁ ଗୁଳୁଗୁଳି ଯାତ୍ରୀ ମାନଙ୍କୁ ହନ୍ତସନ୍ତ କରୁଛି l ଜାଗା ଜାଗାରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପାନୀୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା l

ଗରମ ଗୁଳୁଗୁଳି ପାଇଁ ଯାତ୍ରୀ ମାନଙ୍କ ସୁରକ୍ଷା କବଚ ସାଜିଛି ହାତ ତିଆରି ବିଚଣା l ସମସ୍ତ ଲୁହା ସାମଗ୍ରୀ ସାଙ୍ଗକୁ ପଥରରେ ତିଆରି ମୂର୍ତ୍ତି ମେଳାକୁ ଛୀବନ୍ତ କରିଛି l ବିଭିନ୍ନ ଦୋଳିର ମଜା ନେଉଛନ୍ତି କୁନିକୁନି ଶିଶୁ l ମେଳାର ମୁଖ୍ୟ ଆକର୍ଷଣ ହେଉଛି ମଥୁରା କେକ୍ l କମିଟି ତରଫରୁ ମେଳାରେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା l ମିନା ବଜାର ଏବଂ ରାମଦୋଳି ପାଖରେ ହୋଇଥିବା ସେଲ୍ଫି ପଏଣ୍ଟ ଯୁବପିଢ଼ି ମାନଙ୍କୁ ଆକୃଷ୍ଟ କରୁଛି l ଜଗନ୍ନାଥ ପ୍ରସାଦ ପୋଲିସ ଦ୍ୱାରା ସୁରକ୍ଷା କଡ଼ାକଡ଼ି କରାଯାଇଥିଲା l ଏଥି ସହିତ ସାହି ଯୁବକ ଠାରୁ ବୃଦ୍ଧ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ରେ ଅତି ସୁନ୍ଦର ଭାବରେ ସମସ୍ତ କାର୍ଯ୍ୟ ସମାପନ ଦିବସରେ ଶ୍ରୀ ରାଧା କୃଷ୍ଣ ଙ୍କ ମୂର୍ତ୍ତି ବିସର୍ଜନ ରେ କଳସ ଯାତ୍ରା ଓ ଫଗୁ ଖେଳ ହୋଇଥିଲା | ନାମ ଦଳ ଙ୍କୁ ସନ୍ନମାନ ସହିତ ବିଦାୟ ସହିତ ବାବାଜୀ ଙ୍କୁ ମଧ୍ୟ ସନ୍ନମାନରେ ବିଦାୟ କରିଥିଲେ |