ଜଗନ୍ନାଥ ପ୍ରସାଦ ସ୍ଥିତ କଇଥ ସାହିରେ 72ପ୍ରହର ଅଖଣ୍ଡ ନାମଯଂଜ୍ଞ ଗୁରୁବାର ଠାରୁ ଆରମ୍ଭ ହୋଇଯାଇଛି l କରୋନା ମହାମାରୀ ସକାଶେ ଏହି ଯୋଜନା ବନ୍ଦ ରହିଥିଲା l କିନ୍ତୁ ଚଳିତ ବର୍ଷ ସାହିର 72 ପ୍ରହର ପରିଚାଳନା କମିଟି ଏବଂ ଗ୍ରାମ୍ୟ କମିଟି ପକ୍ଷରୁ ନଅଦିନ ଧରି ହେବାକୁ ଥିବା ଏହି ଅଖଣ୍ଡ ନାମଯଂଜ୍ଞ, ଗୋଯଂଜ୍ଞ, ଘୃତଯଂଜ୍ଞା, ଜ୍ଞ୍ୟାନଯଂଜ୍ଞ ଏବଂ ଅର୍ଣ୍ଣଯଂଜ୍ଞ ମହାସମାରୋହରେ ଚାଲୁ ରହିଅଛି l ପ୍ରଥମେ 19ତାରିଖ ଦିନ ଗ୍ରାମର ଶତାଧିକ ମହିଳା ଏବଂ ପୁରୁଷ ମାନେ ଘଣ୍ଟ ବାଦ୍ୟ ସଂକୀର୍ତନ ସହ ବିରାଟ ଶୋଭାଯାତ୍ରାରେ ବାହାରି ବୋଡାନଦୀ ରେ ପୂଜାର୍ଚ୍ଚନା କରି କଳସ ଯାତ୍ରାରେ ବାହାରି ଗ୍ରାମର ପୂଜା ମଣ୍ଡପ ଠାରେ ପହଂଚି କଳସ ସ୍ଥାପନ କରିବା ସହିତ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଗ୍ରାମର ଚତୁଃର୍ଦିଗ ବେଶ ସାଜସଜା ସହ ଆଲୋକୀକରଣରେ ସୁସଜିତ ହୋଇଛି l
ପରେ 20ତାରିଖ ସକାଳରୁ ଆଖପାଖ ଅଞ୍ଚଳରୁ ନିମନ୍ତ୍ରିତ ବଛାବଛା ନାମ ସଂକୀର୍ତନ ଦଳ ମାନଙ୍କ ଦ୍ୱାରାଆରମ୍ଭ ରୁ ଭଗବାନଙ୍କ ହରେକୃଷ୍ଣ ହରେରାମ ନାମ ଓ ଯଜ୍ଞଚାଲୁ ରହିଅଛି l ଏହି 72ପ୍ରହର ନାମଯଂଜ୍ଞରେ ଡକ୍ଟର ଜୟଦେବ ଗୌଡ଼ ପ୍ରଥମ ଦିନର କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ l ସେହିପରି ଭାବେ ବନବାସୀ ପ୍ରଧାନ, ରବୀନ୍ଦ୍ରନାଥ ପ୍ରଧାନ,ପ୍ରଶାନ୍ତ ପ୍ରଧାନ,ପୁରସ୍ତମ ପ୍ରଧାନ,
ନଅଦିନ ଧରି ଏହି ଅଖଣ୍ଡ ନାମଯଂଜ୍ଞରେ ଦାୟିତ୍ୱ ତୁଳାଇବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ପ୍ରଥମ ଦିନରୁ ଏହି ନାମଯଂଜ୍ଞ ଦେଖିବା ପାଇଁ ଭକ୍ତ ମାନଙ୍କ ଭିଡ଼ ଜମିଥିଲା l
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଅଂଚଳରୁ କଇଥ ସାହି, ଧୋଡାପଲ୍ଲି, ଅଳସୁ, ଆଜ୍ଞା ପ୍ରସାଦ, ତୁଳସୀ ପଲ୍ଲୀ ଏବଂ ବୁଗୁଡ଼ା ଅଞ୍ଚଳରୁ ଚୈତନ୍ୟ ପ୍ରସାଦ ଓ ହରିଡାପଦର ଭଳି ସର୍ବମୋଟ 7ଟି ନାମ ସଂକୀର୍ତନ ଦଳ ମଣ୍ଡଳୀ ଏଥିରେ ସାମିଲ ହୋଇଥିଲେ l ସଂକୀର୍ତନ ଦଳ ମାନଙ୍କ ଚିତାକର୍ଷକ ଗୀତବାଦ୍ୟ ଓ ନୃତ୍ୟରେ ହଜାର ହଜାର ଦର୍ଶକ ଦିନରାତି ଝୁମି ଉଠି ଭଗବାନଙ୍କ ନାମରଷ ପାନ କରିଥିଲେ l ବିଶେଷ କରି ତୁଳସୀ ପଲ୍ଲୀ ସଂକୀର୍ତନ ଦଳ ଗୁଡିକ ପକ୍ଷରୁ ନାମ ସଂକୀର୍ତନ ପରିବେଷଣ ବେଶ ଆକର୍ଷଣ ସାଜିଥିବା ଉପଭୋଗକାରି ଦର୍ଶକ ପ୍ରଶଂସା କରିଛନ୍ତି ଳ ଏଥି ସହିତ ମିନାବଜାର, ରାମଦୋଳି, ମୋତ କା କୂଅ, ଡ୍ୟାନସିଙ୍ଗ କାର,ସହିତ ଚଟପଟି ଖାଦ୍ୟ ଖାଇ ଦେଖିବା ପାଇଁ ସନ୍ଧ୍ୟା ସମୟରେ ଆଖପାଖ ଗ୍ରାମର ହଜାର ହଜାର ଲୋକେ ଶ୍ରୀନୀତାଇଗୌରୀ ମହାପ୍ରଭୁଙ୍କୁ ଦର୍ଶନ କରି ବିଭୁକୃପା ଲାଭ କରୁଥିବା ଦେଖିବାକୁ ମିଳୁଛି l ଗତକାଲି ଠାରୁ ମିନା ବଜାର ଏବଂ ରାମ ଦୋଳି ଆରମ୍ଭ ହୋଇଥିବାରୁ ଜନ ସମାଗମ ବେଶ ଭିଡ଼ ପରିଲକ୍ଷିତ ହୋଇଥିଲା l
ପ୍ରତ୍ୟେକ ଦିନ ଗ୍ରାମ୍ୟ ପରିଚାଳନା କମିଟି ପକ୍ଷରୁ ଭକ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି l ଗ୍ରାମ୍ୟ କମିଟି ସଭାପତି ଡକ୍ଟର ଜୟଦେବ ଗୌଡ଼, କାର୍ଯ୍ୟକାରୀ ସଭାପତି କବିରାଜ ବେହେରା, ସମ୍ପାଦକ ରବୀନ୍ଦ୍ରନାଥ ପ୍ରଧାନ,ସିମାଞ୍ଚଳ ବେହେରା, ଉଦୟନାଥ ବେହେରା,ଖଦାଳ ପ୍ରଧାନ, ସନ୍ତୋଷ କୁମାର ଦଳାଇ,ବିଦେଶୀ ପ୍ରଧାନ, ତରଣୀସେନ ଗୌଡ଼, ସିଏଚ. ପ୍ରଶ୍ନ ପାତ୍ର,ସନ୍ତୋଷ କୁମାର ପଟ୍ଟନାୟକ,ନିରଞ୍ଜନ ପ୍ରଧାନ,ବିନୋଦ ପ୍ରଧାନ, ଆଇନଜୀବି ସୁକାନ୍ତ କୁମାର ପ୍ରଧାନ, ଅଷ୍ଟପ୍ରହରୀ ପରିଚାଳନା କମିଟି ଉପେନ୍ଦ୍ର ଗୌଡ଼, ପୂର୍ଣଚନ୍ଦ୍ର ପ୍ରଧାନ,ଲଷ୍ମୀନାରାୟଣ ଗୌଡ଼, ନାରାୟଣ ଗୌଡ଼, ଅଶୋକ ପ୍ରଧାନ,କୁମୁଦ ଚନ୍ଦ୍ର ପ୍ରଧାନ, ଦାଶରଥି ପାତ୍ର,ଫିରୋଜ ଗୌଡ଼,ମନୋଜ ପ୍ରଧାନ,ହାଡିବନ୍ଧୁ ଗୌଡ଼,ରାମଚନ୍ଦ୍ର ପ୍ରଧାନ,କାଁହୁ ପ୍ରଧାନ, ଲଳିତ ମୋହନ ପଟ୍ଟନାୟକ, ସୁନିଲ କୁମାର ପ୍ରଧାନ, ସଞ୍ଜୟ ପ୍ରଧାନ, ସୁବାସ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଆଦିକନ୍ଦ ପ୍ରଧାନ, ବଂଶୀଧର ପ୍ରଧାନ, ସଞ୍ଜୟ ପାତ୍ର ସମେତ ଗ୍ରାମର ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ l