ନୂଆଦିଲ୍ଲୀ : ପଞ୍ଜାବ ଲୁଧିଆନାରେ ଗ୍ୟାସ୍ ଲିକ୍ ଚାଲିଗଲା ୯ଜଣଙ୍କ ଜୀବନ । ଏହି ଘଟଣାରେ ଆଉ ୧୧ଜଣ ଗୁରୁତର ହୋଇଛନ୍ତି ବୋଲି ସୂଚନା ମିଳିଛି । ଉଦ୍ଧାର କାର୍ଯ୍ୟରେ ଏନ୍ଡିଆର୍ଏଫ୍ ଟିମ୍ ସାମିଲ ହୋଇଛନ୍ତିି । ଘଟଣାସ୍ଥଳରେ ଡାକ୍ତରୀ ଟିମ୍ ମଧ୍ୟ ପହଞ୍ଚିଛନ୍ତି । ହେଲେ କେଉଁ ପ୍ରକାର ଗ୍ୟାସ୍ ଲିକ୍ ହାଇଛି ତାହା ବର୍ତ୍ତମାନ ସୁଦ୍ଧା ବି ଜଣାପଡ଼ି ନାହିଁ । ପ୍ରଭାବିତ ଅଞ୍ଚଳକୁ ନଯିବା ପାଇଁ ଲାକଙ୍କୁ ପରାମର୍ଶ ଦିଆଯାଇଛି ।
ସୂଚନା ଅନୁଯାୟୀ, ପଞ୍ଜାବର ଲୁଧିୟାନା ଅଞ୍ଚଳରେ ଏହି ଅଘଟଣ ଘଟିଛି । ଏହି ଗ୍ୟାସ ଲିକ୍ ଘଟଣା ଏତେ ଭୟଙ୍କର ଥିଲା ଯେ ୯ଜଣଙ୍କ ଅକାଳରେ ଜୀବନ ଚାଲିଯାଇଛି । ଏଥିସହିତ ୧୧ ଜଣ ବ୍ୟକ୍ତିଙ୍କ ହୋସ୍ ବର୍ତ୍ତମାନ ସୁଦ୍ଧ ଫେରିନଥିବା ବେଳେ ସେମାନେ ଏବେ ବେହୋସ୍ ଅବସ୍ଥାରେ ରହିଛନ୍ତି । ତେବେ ଖବର ପାଇବା ପରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆହତଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳ ୭.୧୫ରେ ଏହି ଗ୍ୟାସ୍ ଲିକ୍ ଅଘଟଣ ଘଟିଥିଲା । ଶେରପୁର ଛକ ନିକଟସ୍ଥ ସୁଆ ରୋଡ଼ରେ ଘଟିଥିବା ଗ୍ୟାସ୍ ଲିକ୍ ଘଟଣାରେ ୯ ଜଣଙ୍କ ମୃତ୍ୟୁକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମୃତକମାନେ ଗୋଟିଏ ପରିବାରର ସଦସ୍ୟ ବୋଲି କୁହାଯାଉଛି । ଏହାଛଡ଼ା କିଛି ଗୃହପାଳିତ ପଶୁ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ତେବେ ଗ୍ୟାସ୍ କିପରି ଲିକ୍ ହେଲା ସେନେଇ କିଛି ତଥ୍ୟ ସାମ୍ନାକୁ ଆସିନି ।