ବାଲୁଗାଁ,01/09: ହିନ୍ଦୁ ଧର୍ମରେ ଗୋମାତାକୁ ପୂଜା କରାଯାଉଥିବା ବେଳେ ଗୋମାତାଙ୍କୁ ଅତି ନିର୍ମମ ହତ୍ୟା କାରାଯାଉ ଥିବା ଅତ୍ୟନ୍ତ ଦୁଃଖଦ ଖବର ଦେଖିବାକୁ ମିଳୁଛି l ସାରା ରାଜ୍ୟରେ ଗୋ ଚାଲାଣ ଏକ ଚିନ୍ତା ଜନକ ବିଷୟ ଥିବାବେଳେ ପ୍ରଶାସନ ପକ୍ଷରୁ କାହିଁକି ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ବଜରଙ୍ଗୀ ଦଳ ଅଭିଯୋଗ କରିଥିଲେ l ଏହିପରି ଭାବେ ଗୋରୁଙ୍କୁ ମାରିବା ଓ ଗୋଚାଲାଣ ବାରମ୍ବାର ହେଉଥିବା ବେଳ, ଆଜି ପୁଣି ଥରେ ଗୋରୁ ବୋଝେଇ ଟ୍ରକରେ ମୃତ ଗାଈ ଗୋରୁ ଚାଲାଣ ହେଉଥବାର ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ବାଣପୁର ବାଇପାସ NH16 ଜାତୀୟ ରାଜପଥ ଠାରେ l
ଏହି ଗୋ ବୋଝେଇ ଟ୍ରକଟି କଲିକତାରୁ ଆନ୍ଦ୍ର ଅଭିମୁଖେ ଯାଉଥିବା ବେଳେ ବଜରଙ୍ଗ ଦଳ ପ୍ରଥମେ ଖବର ପାଇ ସେଠାରେ ଗାଡିକୁ ଅଟକାଇ ଦେଖିଲା ବେଳକୁ ସେଥିରେ ଗାଈ, ଷଣ୍ଢ ଓ ବାଛୁରୀ ମୃତ ଅବସ୍ଥାରେ ପଡି ରହିଥିବା ଦେଖିବାକୁ ମିଳିଥିଲା l ଘଟଣା ସ୍ଥଳରେ ଉତେଜନା ଲାଗି ରହିଥିବା ବେଳେ ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭର ଓ ହେଲ୍ପରକୁ ଅଟକ ରଖି ତଦନ୍ତ ଜାରୀ ରଖିଛି l ପ୍ରକୃତରେ ଏହି ଗୋ ଚାଲାଣ ଗାଡିଟି କେଉଁଠାରୁ ଆସିଲା ଓ ଏହିଗୋରୁ ଚାଲାଣରେ କାହାର ହାତ ଅଛି ସେସବୁକୁ ତଦନ୍ତ କରି ପ୍ରକୃତ ରହସ୍ୟର ପର୍ଦାଫାଶ ହେବ ବୋଲି ବାଣପୁର ଥାନା ଅଧିକାରୀ ଶ୍ରୀଯୁକ୍ତ ରମେଶ କୁମାର ଦେବତା କହିଛନ୍ତି l