• ଆଗାମୀ ବର୍ଷକ ମଧ୍ୟରେ ଶହେ କୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ।
ବ୍ରହ୍ମପୁର, ୧୧/୫ (ଅଭିଜିତ କର): ସ୍ଥାନୀୟ ଧର୍ମ ନଗର ସ୍ଥିତ ଏକ ସମ୍ମିଳନୀ କକ୍ଷରେ ମହାନଗର ନିଗମର ୧୪ ନମ୍ବର ୱାର୍ଡର କର୍ପୋରେଟର ଶ୍ରୀମତୀ ଗୀତା ରାଣୀ ପଣ୍ଡାଙ୍କ ତତ୍ତ୍ଵାବଧାନରେ ବରିଷ୍ଠ ନେତା ଦୂର୍ଗା ପ୍ରସାଦ ପଣ୍ଡାଙ୍କ ନେତୃତ୍ବରେ ନିଜ ୱାର୍ଡର କମିଟି ଗଠନ ନେଇ ଏକ ଆଲୋଚନା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ମାନ୍ୟବର ସାଂସଦ, ବିଧାୟକ ଓ ମେୟରଙ୍କ ନିର୍ଦ୍ଦେଶ କ୍ରମେ ମହାନଗର ସଭାପତି ବିଜୟ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ରୂପେ ରାଜ୍ୟ ସମ୍ପାଦକ ତଥା ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ମହାରଣା, ମହିଳା ଜୋନ ସଭାନେତ୍ରୀ ମମତା ବିଷୋୟୀ, ସଂଯୁକ୍ତା ମିଶ୍ର, ଜଗନ୍ନାଥ ସାବତ, ଉପ ସଭାପତି ସଞ୍ଜିତ ପାଣିଗ୍ରାହି, ଉଦୟ ବେହେରା, କୈଳାସ ଚନ୍ଦ୍ର ବିଷୋୟୀ, ମହାନଗର ଯୁବ ସଭାପତି ଅଜିତ ପଣ୍ଡା, କର୍ପୋରେଟର ସୋନାଲି ଗନ୍ତାୟତ, ଅଜିତ ସାହୁ, ମହାନଗର ଛାତ୍ର ନେତା ଶୀର୍ଷକ ପାତ୍ର ପ୍ରମୁଖଙ୍କ ସମେତ ବହୁ ବରିଷ୍ଠ ନେତା ଓ ନେତ୍ରୀ ମାନେ ଉପସ୍ଥିତ ଥିଲେ। ଏଥିରେ ୱାର୍ଡର ସୁବିଧା ଅସୁବିଧା ଓ ତାହାର ସମାଧାନ ପାଇଁ ୱାର୍ଡର ବିଭିନ୍ନ ଅଞ୍ଚଳବାସୀ ମାନଙ୍କ ମତାମତ ଓ ପରାମର୍ଶ ପାଇଁ ଏଠାରେ ଅନୁରୋଧ କରିଥିଲେ କର୍ପୋରେଟର । ଏହାସହ ସବୁ ସମୟରେ ସବୁ ସମସ୍ୟା ବିଷୟରେ ଅବଗତ ହେବା ପାଇଁ ୱାର୍ଡ ବାସୀଙ୍କୁ ଯୋଗାଯୋଗ କରି ସେ ଗୁଡ଼ିକର ସମାଧାନ ପାଇଁ ବାଧ୍ୟ କରିବାକୁ କହିଥିଲେ ଦୁର୍ଗା ପ୍ରସାଦ ପଣ୍ଡା।
ଏହାସହ ମହାନଗର ନିଗମ ନିର୍ବାଚନ ପରେ ୧୪ ନମ୍ବର ୱାର୍ଡରେ ଗତ ଏକ ବର୍ଷ ମଧ୍ୟରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ ହୋଇଛି ତାହାର ଏକ ବିବରଣୀ ପ୍ରଦାନ କରିବା ସହ ମୁଖ୍ୟ ସମସ୍ୟା ଗୁଡ଼ିକ ସମାଧାନ କରାଯାଇଥିବା ବେଳେ, ପ୍ରେମ୍ ନଗର ମୁଖ୍ୟ ରାସ୍ତା, ଯାହା ଦୀର୍ଘ ବର୍ଷ ଧରି ପୁନରୁଦ୍ଧାର ହୋଇ ପାରିନଥିଲା ତାହାର ସୁଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଆଗାମୀ କିଛି ମାସ ମଧ୍ୟରେ ତାହା ସମ୍ପୂର୍ଣ୍ଣ ହେବାକୁ ଥିବା ବେଳେ ୱାର୍ଡରେ ବାକି ରହିଥିବା ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବା ପାଇଁ ୱାର୍ଡ ବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଥିଲେ । ଏହାସହ ଏହି ୱାର୍ଡରେ ଚଳିତ ବର୍ଷ ମଧ୍ୟରେ ପ୍ରାୟ ଶହେ କୋଟି ଟଙ୍କାର କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀମତୀ ପଣ୍ଡା । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ମଦନ ମୋହନ ଦଳାଇ, ଗିରିଜା ଶତପଥୀ, ବିବି କୁମାର, ପ୍ରଶାନ୍ତ ଚୌଧୁରୀ, ଟି ବାସୁଦେବ ରାଓ, ଗୋପୀ କିଶନ ରାଓ, ତାରା ପ୍ରସାଦ ପାଢ଼ୀଙ୍କ ସମେତ ବହୁ ବରିଷ୍ଠ ନେତା ମାନେ ଉପସ୍ଥିତ ଥିବା ବେଳେ ଅଞ୍ଚଳବାସୀ ଆଶା କିରଣ ପଣ୍ଡା, ଅମୂଲ୍ୟ ଦେବତା, କୁନି ବେହେରା, କବିତା ବେହେରା, ବାପିନି ସାବତ, କୃଷ୍ଣ ସାହୁ ପ୍ରମୁଖ ପରିଚାକରେ ସହଯୋଗ କରିଥିଲେ।