ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଗଣ ଧାରଣା

ଆସିକା 14/09-ନିପ୍ର ରାଜ୍ୟ ପ୍ରାଥମିକ ଶିକ୍ଷକ ସଙ୍ଘ ଆହ୍ୱାନ କ୍ରମେ ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ପାଖରେ କରାଯାଇ ଥିବା ଦାବି ପୂରଣ ନହେବା ଯାଏଁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସକାଶେ ଆସିକା ବ୍ଲକ ପ୍ରାଥମିକ ଶିକ୍ଷକ ସଭାପତି ଅଶୋକ କୁମାର ପାଣିଗ୍ରାହୀ ଓ ସମ୍ପାଦକ ଅର୍ଜୁନ ନାହାକଙ୍କ ନେତୃତ୍ୱରେ ଆସିକା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବ୍ଲକର 27 ଟି ପଞ୍ଚାୟତ 13 ଟି କ୍ଲଷ୍ଟରର 137 ଟି ପ୍ରାଥମିକ ବିଦ୍ୟାଳୟର 502 ଶିକ୍ଷକ ଶିକ୍ଷୟତ୍ରୀ ଧାରଣରେ ବସିଛନ୍ତି l

ସେମାନେ କରିଥିଵା ଦାବି ଗୁଡିକ ମଧ୍ୟରେ ମୁଖ୍ୟମନ୍ତ୍ରୀ ରାଜ୍ୟର ଠିକୀ ନିଯୁକ୍ତି ଉଚ୍ଛେଦ କରିଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବା ସହିତ ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟାଳୟକୁ ଜାତୀୟ ଇନକ୍ରୀମେଣ୍ଟ ପ୍ରଦାନ କରି ମୂଳ ଚାକିରୀରେ ଗଣନା କରିବା ସହିତ ଏକ୍ସ କ୍ୟାଡର ଶିକ୍ଷକ, କଳା ଓ କ୍ରିଡା ଶିକ୍ଷକମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରିବା ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ବେତନ ( ମୂଳ ବେତନ ଲେଭେଲ ୯ ଗ୍ରେଡ ପେ ୪୨୦୦ ଅନୁଯାୟୀ ) ପ୍ରଦାନ କରାଯାଉ।ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ କରାଯାଉ।ଏହି ଦାବି ପୂରଣ ନହେବା ଯାଏଁ ସମସ୍ତ ଶିକ୍ଷକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି ଏହି ଧାରଣାରେ ସଙ୍ଘର ଉପଦେଷ୍ଟା ସବିତା ପଟ୍ଟନାୟକ, ମୁରଲୀଧର ପଣ୍ଡା, ଜୟରାମ ବେହେରା, ହରିବନ୍ଧୁ ବିଷୋୟୀ, ଶିବରାମ ବେହେରା, , ଉପସଭାପତି କବିତା ମହାରଣା, ଅଶୋକ କୁମାର ମହାପାତ୍ର, , ସହ-ସମ୍ପାଦକ ମନୋରମା ପାତ୍ର, ଗୌରହରି ବେହେରା, ଶିବ ଶଙ୍କର ସ୍ବାଇଁ, କୋଷାଧ୍ୟକ୍ଷ ଉମେଶ କୁମାର ନାୟକ, ବ୍ଲକ ସଂଯୋଜକ ବ୍ରଜ ମୋହନ ପାତ୍ର, ଜିଲ୍ଲା ସଦସ୍ୟ ସନ୍ତୋଷ କୁମାର ସେଠୀ, ଅବନୀ ପଟ୍ଟନାୟକ, ସିମାଂଚଳ ସାହୁ, ଶୁଭେନ୍ଦୁ ଜେନା ପ୍ରମୁଖ ଉପସ୍ଥିତ ଥିଲେ l