ନୂଆଁଖାଇ ଭେଟଘାଟ ଶେଷ ସଂଧ୍ୟା, ଯୋଗଦେଲେ ବଲିଉଡ ସୁପରଷ୍ଟାର ଗୋବିନ୍ଦା

ଝାରସୁଗୁଡ଼ାରେ ବେଶ ଜମିଛି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଦର୍ଶକଙ୍କ ମନଜିଣିଲେ ବଲିଉଡ୍‌ ଅଭିନେତା ଗୋବିନ୍ଦା । ବଲିଉଡ୍‌ର ଫିଲ୍ମ ‘ବଡେ ମିଆଁ ଛେଟେ ମିଆଁ’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ ଗୋବିନ୍ଦା । ଯାହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଖୁବ୍‌ ଉତ୍ସାହ ଦେଖିବାକୁ ମିଳିଥିଲା । ନଵଦାସ ଫାଉଣ୍ଡେସନ ଆନୁକୂଲ୍ୟରେ ହୋଇଥିବା ଦୁଇଦିନ ଧରି ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ସୁପରଷ୍ଟାର ଗୋବିନ୍ଦା କାଲି ରାତିରେ ଦର୍ଶକଙ୍କ ମନ ମୋହିଥିଲେ । ସୂଚନା ଅନୁସାରେ , ଝାରସୁଗୁଡ଼ାରେ ପାଳିତ ହୋଇଯାଇଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଅତି ଆନନ୍ଦ ଉଲ୍ଲାସର ସହ ପାଳିତ କରିଛନ୍ତି ସାରା ଅଞ୍ଚଳବାସୀ  ।

ଝାରସୁଗୁଡ଼ାରେ ଗତକାଲି ରାତିରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ହୋଇଥିଲା । ଆଉ ଏଠାରେ ମୁଖ୍ୟ ଅତିଥିଭାବେ ବଲିଉଡ୍‌ର ସୁପରଷ୍ଟାର ଗୋବିନ୍ଦା ଯୋଗଦେଇ ଦର୍ଶକମାନଙ୍କ ମନକୁ କିଣିଥିଲେ । ଗୋବିନ୍ଦା ବଲିଉଡ୍‌ ଫିଲ୍ମ ‘କୁଛ୍‌ ହୋଟେଲ୍‌ ମେ ଖାଏଁ’ ଗୀତରେ ନୃତ୍ୟ ପରିବେଷଣ କରି ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଗୋବିନ୍ଦାଙ୍କ ସହ ଇଣ୍ଡିଆନ ଆଇଡେଲର ପ୍ରଥମ ବିଜେତା ଅଭିଜିତ ସାୱନ୍ତ ଏଥିରେ ଯୋଗଦେଇ ଡ୍ୟାନ୍ସ କରିଥିଲେ । ସେହିପରି ଗୋବିନ୍ଦା ସମ୍ବଲପୁରୀ ଗୀତ ‘ରଙ୍ଗବତୀ’ ଗୀତରେ ନାଚି ଦର୍ଶକଙ୍କୁ ମନରଞ୍ଜନ କରିଥିଲେ । ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମର ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଓଡିଶା ହସ୍ତତନ୍ତ ଏବଂ ବୟନ ଶିଳ୍ପମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଳାକାର ମାନେ ଖୁବ ଉତ୍ସାହିତ ଥିବାର ଜଣାପଡିଛି ।