ଶ୍ରୀମନ୍ଦିରରେ ଚାଲିଗଲା ଭକ୍ତଙ୍କ ଜୀବନ

ଶ୍ରୀମନ୍ଦିର ଦର୍ଶନ ହେଲା ଜୀବନର ଶେଷ ଦର୍ଶନ। ମୃତ ଭକ୍ତ ଜଣଙ୍କ ହେଉଛନ୍ତି ବିଶାଖାପାଟନମ୍‌ର ଆ.କି. ଦିବାକର। ଦିବାକର ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ପରେ ମା’ ଲକ୍ଷ୍ମୀଙ୍କ ଦର୍ଶନ ବେଳେ ହଠାତ୍‌ ଅଚେତ ହୋଇପଡିଲେ। ସଙ୍ଗେ ସଙ୍ଗେ ପୋଲିସ କର୍ମଚାରୀ ଦିବାକରଙ୍କୁ ଶ୍ରୀମନ୍ଦିର ବାହାରକୁ ଆଣି ଆମ୍ବୁଲାନ୍ସରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃତଘାତ କାରଣରୁ  ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।