ବିନା ଟ୍ୟୁସନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲେ, ସିବିଏସଇ ଦଶମ ପରୀକ୍ଷାରେ 97.4%ମାର୍କ ରଖିଲେ ଛୋଟ ଦୋକାନୀଙ୍କ ଝିଅ
ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଚଢ଼ିଆପଲ୍ଲୀ ଗ୍ରାମର ଅରୁଣ ବେହେରା ଙ୍କ ଝିଅ କୁମାରୀ ବର୍ଷାପ୍ରିୟଦର୍ଶନୀ । କଠିନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲା ଝିଅ। ସିବିଏସଇ ଦଶମ ବୋର୍ଡ ପରୀକ୍ଷାରେ ଛୋଟ ଦୋକାନୀ ଙ୍କ ଝିଅ ରଖିଲେ 97.4%ମାର୍କ। ଶୁକ୍ରବାର ସିବିଏସଇ ଦଶମ ବୋର୍ଡ ପରୀକ୍ଷାର ଫଳାଫଳ ବାହାରିଥିବା ବେଳେ ଏଥିରେ 97.4% ମାର୍କ ଆଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି ବର୍ଷା | ଗଞ୍ଜାମ ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି | ବୋର୍ଡ ପରୀକ୍ଷାର ଫଳାଫଳ ଆସିବା ପରେ ବର୍ଷାପ୍ରିୟଦର୍ଶନୀ ଙ୍କ ପରିବାର, ବିଶେଷକରି ବର୍ଷାପ୍ରିୟଦର୍ଶନୀଙ୍କ ବାପା ଅଧିକ ଆଶ୍ଚର୍ଯ୍ୟ ହୋଇଥିବା କହିଛନ୍ତି। ନିଜ ଚେଷ୍ଟାରେ ଏତେ ଅଧିକ ମାର୍କ ରଖିଥିବାରୁ ଏବେ ଚାରିଆଡେ ତାଙ୍କର ପ୍ରଶଂସା କରାଯାଉଛି। ପରିସ୍ଥିତି ଆଗରେ ହାର ନମାନି କିଭଳି ଏହାର ସାମ୍ନା କରି ସଫଳତା ପାଇବାକୁ ହୁଏ, ତାହା ଶିଖାଇଛନ୍ତି ବର୍ଷାପ୍ରିୟଦର୍ଶନୀ।
କଠିନ ପରିଶ୍ରମ କରି ବାପାଙ୍କ ସମ୍ମାନ ବଢ଼ାଇଲେ, ସିବିଏସଇ ଦଶମ ପରୀକ୍ଷାରେ 97.4%ମାର୍କ ରଖିଲେ ଛୋଟ ଦୋକାନୀଙ୍କ ଝିଅ ବର୍ଷାପ୍ରିୟଦର୍ଶନୀ ମା’ଙ୍କ କହିବା ମୁତାବକ, ମୋ ସ୍ବାମୀ ଦୋକାନ କରି ପରିବାର ପୋଷନ୍ତି। ବର୍ଷାପ୍ରିୟଦର୍ଶନୀ କାହାର ସାହାଯ୍ୟନନେଇ ବିନା ଟିଉସନ ନିଜେ ପଢ଼ୁଥିଲା। ସ୍କୁଲରୁ ଘରକୁ ଫେରିବା ପରେ ସେ ବିଶ୍ରାମ ନକରି ମୋତେ ଘର କାମରେ ସାହାଯ୍ୟ କରି ବା ସହିତ ଦୋକାନ ରେ ବିକା ବିକି କରୁଥିଲା ତା ପରେ ପାଠ ପଢ଼ୁଥିଲା। ଏସବୁ ପରେ ବି ସେ ଦିନକୁ 4ରୁ 5 ଘଣ୍ଟା କଠିନ ପରିଶ୍ରମ କରି 97.4% ମାର୍କ ଆଣିବା ବହୁତ ବଡ଼ କଥା। ଆଜି ଆମ ଝିଅ ପାଇଁ ଆମର ସମ୍ମାନ ବଢ଼ିଛି। ଆମେ ଝିଅର ଏହି ସଫଳତାକୁ ନେଇ ବହୁତ ଖୁସି।