ନୂଆଗାଁ: :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଆଧାର ସଂଶୋଧନ ପାଇଁ ବୁଲିଲା ସଚେତନତା ରଥ। ଏହି ସଚେତନତା ରଥକୁ ପତାକା ଉତ୍ତୋଳନ କରି ଶୁଭାରମ୍ଭ କରିଛନ୍ତି ନୂଆଗାଁ ବ୍ଲକ୍ ବିଡ଼ିଓ ସଚିଦା ନନ୍ଦ ମିଶ୍ର। ୨୦୧୫ ମସିହା ପୂର୍ବରୁ ଯେଉଁମାନେ ଆଧାର କାର୍ଡ କରିଥିଲେ ସେମାନେ ବ୍ଲକ୍ ପରିସରକୁ ଆସି ଆଧାର କେନ୍ଦ୍ରରେ ସଂଶୋଧନ କରିବେ ନହେଲେ ଭବିଷ୍ୟତରେ ଆଧାର କାର୍ଡ ଅକାମୀ ହୋଇଯିବାର ସମ୍ଭାବନା ରହିଛି। ଏନେଇ ସଚେତନତା ରଥ ବିଭିନ୍ନ ପଞ୍ଚାୟତ ବୁଲି ଲୋକମାନଙ୍କୁ ସଚେତନ କରିଥିଲା।।ଏହି କାର୍ଯ୍ୟକ୍ରମରେ ବିଡ଼ିଓଙ୍କ ସମେତ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ଵର୍ଣ୍ଣ ସାରିକା ଜେନା, ଜିପିଓ ସାଧୁ ଚରଣ ସାହୁ , ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।