ଟ୍ରକ ଚକାତଳେ ଚାପି ହୋଇ ଚାଲିଗଲା ୫ ବର୍ଷ ଶିଶୁ ପୁତ୍ରର ଜୀବନ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶିଶୁ ପୁତ୍ର ମୃତ । ଟ୍ରକ ଚକା ତଳେ ଚାଲିଗଲା ୫ ବର୍ଷ ଶିଶୁ ପୁତ୍ରର ଜୀବନ । ଚାରିଆଡେ ଖେଳିଗଲା ଏକ ଦୁଃଖଦ ବାତାବରଣ । ସୂଚନା ଅନୁସାରେ  ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ରରୁଆଁ ଛକ ନିକଟରେ । ଗତକାଲି ରାତିରେ ମୃତ ଶିଶୁ ପୁତ୍ର ସହ ତା ବାପା ଓ ଜେଜେମା ନିକଟସ୍ଥ ମେଡ଼ିକାଲକୁ କିଛି ସମ୍ପର୍କୀୟଙ୍କୁ ଦେଖା କରିବା ପାଇଁ ଯାଉଥିଲେ । ବାଇକଟି ନିଜର ଭାରସାମ୍ୟ ସମ୍ଭାଳି ନପାରି ତଳେ ପଡ଼ିଯାଇଥିଲା । ଫଳରେ ଶିଶୁଟି ବାଇକରୁ ଖସି ପଡି ଟ୍ରକ ସହ ଧକ୍କା ହୋଇଥିଲା ।

ଘଟଣାସ୍ଥଳରେ ହିଁ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା । ତେବେ ଗୁରୁତର ଅବସ୍ଥାରେ ବାପା ଓ ଜେଜେମାଙ୍କୁ ନିକଟସ୍ଥ ଯଶିପୁର ଡ଼ାକ୍ତରଖାନରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ଏବେ ଗୁରୁତର ଥିବାର ସୂଚନା ମିଳିଛି । ଏହି ଦୁର୍ଘଟଣା ପରେ ରାଜପଥର କ୍ଷତିପୂରଣ ଏବଂ ତୁରନ୍ତ ମରାମତି ନିମନ୍ତେ ସ୍ଥାନୀୟ ଲୋକ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଜଶିପୁର ପୋଲିସ ପହଞ୍ଚିଛି  ଏବଂ ତଦନ୍ତ ଜାରି ରଖିଛି ।