ପୂର୍ବ ଶତୃତାକୁ କେନ୍ଦ୍ରକରି ଖଣ୍ଡାରେ ଆକ୍ରମଣ ଅଭିଯୋଗ

ଛତ୍ରପୁର,୧୪/୫: ଛତ୍ରପୁର ଥାନା ଅଧିନ ପାଲିଆ ଛତ୍ରପୁର ଛକ ନିକଟରେ ପୂର୍ବ ଶତୃତାକୁ କେନ୍ଦ୍ରକରି ସନ୍ତୋଷ କୁମାର ତରେଇଙ୍କ ଉପରକୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଗସ୍ତିନୁଆଗାଁ ର ସନ୍ତୋଷ ନିଜ ବାଇକ ଯୋଗେ ଛତ୍ରପୁରକୁ ଆସୁଥିବା ବେଳେ ଜାତୀୟ ରାଜପଥ ପାଲିଆ ଛତ୍ରପୁର ଛକ ନିକଟରେ ୫ଜଣ ଏକ କାର ରାସ୍ତାରେ ରଖି ତାଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲେ । ସୈାଭାଗ୍ୟ ବସତଃ ସେ ବଂଚିଯାଇଥିଲେ ଏବଂ ତାଙ୍କ ପଛପଟକୁ ସାମାନ୍ୟ ଆଘାତ ଲାଗିଥିଲା । ଏନେଇ ସେ ତୁରନ୍ତ ଛତ୍ରପୁର ଥାନାରେ ୫ଜଣ ଙ୍କ ନାମରେ ଅଭିଯୋଗ କରିଥିଲେ । ପରେ ସନ୍ତୋଷକୁ ପୁଲିସ ଛତ୍ରପୁର ମେଡିକାଲକୁ ନେଇ ଚିକିତ୍ସା କରାଇଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ ଚଳାଇଛି ।