କଟକ ବଡ଼ ମେଡିକାଲରେ ବଡ଼ ସମସ୍ୟା, ପ୍ରଥମେ ବିଦ୍ୟୁତ୍ ନଥିଲା… ଏବେ ମିଳୁନି ପାଣି….

ବିଦ୍ୟୁତ୍‌ ବିଭ୍ରାଟ ପରେ ଏବେ ପାଣି ସମସ୍ୟା। କଟକ ବଡମେଡିକାଲରେ ବଢିଚାଲିଛି ସମସ୍ୟା । ଦିନକ ଆଗରୁ ବିଦ୍ୟୁତ୍‌ ନ ଥିଲା । ଆଜି ପାଣି ଆସୁନାହିଁ । ବର୍ତ୍ତମାନ କଟକ ବଡ଼ ଡାକ୍ତରଖାନାରେ ଏହା ଏକ ବଡ଼ ସମସ୍ୟା। ଗତକାଲି ରାତିରୁ ମେଡିକାଲର ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ଠପ୍ ହୋଇଯାଇଥିଲା। ଆଜି ସକାଳେ କିଛି ସମୟ ପାଣି ଆସିଥିଲେ ବି ଯଥେଷ୍ଟ ହୋଇ ନାହିଁ। ଟ୍ୟାପରେ ଯେଉଁ ପାଣି ଆସୁଛି ବୋତଲେ ପାଣି ଭରିବାକୁ ଘଣ୍ଟାଏ ସମୟ ଲାଗୁଛି। ବର୍ତ୍ତମାନ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି ।

ମେଡିକାଲ୍‌ ପରିସରରେ ଥିବା ଶୌଚାଳୟକୁ ମଧ୍ୟ ପାଣି ଆସୁ ନ ଥିବାରୁ ରୋଗୀ ଓ ସମ୍ପର୍କୀୟ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।  ଏନେଇ ରୋଗୀ ଓ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଶେଷରେ କିଛି ଉପାୟ ନଥିବାରୁ ରୋଗୀଙ୍କ ସମ୍ପର୍କୀୟ ବାହାର ଶୌଚଳାୟ ଯାଇ ଗାଧୁଆପାଧୁଆ କରି ଆସୁଥିବା ବେଳେ ବାହାରୁ ପାଣି କିଣି ଆଣି ପିଉଛନ୍ତି। ହେଲେ ରୋଗୀମାନେ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଶୌଚ ହେବା ସହ ନିଜର ନିତ୍ୟକ୍ରମ  କରିବା ପାଇଁ ଅସୁବଧାରେ ସମ୍ମୁଖୀନ ହେଉଛନ୍ତି। ଏନେଇ ଏସସିବି ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ। ଆଜି ଗାନ୍ଧି ଜୟନ୍ତୀ ଛୁଟି ଥିବା ବେଳେ କୌଣସି ଅଫିସର ଦେଖାଦର୍ଶନ ନାହିଁ। ବାରମ୍ବାର ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବାରୁ ରୋଗୀ ଓ ତାଙ୍କର ସମ୍ପର୍କୀୟ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ।