ବିଶ୍ୱମାନସିକ ଦିବସ ଉପଲକ୍ଷେ ସ୍ଥାନୀୟ କୁମ୍ଭୀର ପଡା ସ୍ଥିତ ବିଶ୍ଵ ଜୀବନସେବା ସଂଘ ବୃଦ୍ଧା ଆଶ୍ରମ ରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି l ଚିଲିକା ବ୍ଲକ ର ପୂର୍ବତନ ଅଧକ୍ଷ ଲଳିତ ମୋହନ ପଟ୍ଟନାୟକ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଶିବିର ରେ ବାଲୁଗାଁ ସରକାରୀ ଡାକ୍ତରଖାନା ର ସୁପରଭାଇଜର କୈଳାସ ଚନ୍ଦ୍ର ପାଣିଗ୍ରାହୀ, ଆକାଂକ୍ଷା ସାମଲ(ସି ଏଚ ଓ ), ଧର୍ମେନ୍ଦ୍ର ପଣ୍ଡା, ଡାକ୍ତର ସୂଜନୀ ପ୍ରଜ୍ଞା ଦାସ, ସୁନିତା ବରାଳ, ଚିଲିକା -ବାଲୁଗାଁ ରୋଟାରୀ କ୍ଲବ ର ନମିତା ଝା (ଏ. ଜି ), ପ୍ରେସିଡେଣ୍ଟ ଅକ୍ଷୟ କୁମାର ମହାପାତ୍ର, ସେକ୍ରେଟାରୀ ତ୍ରିଲୋଚନ ବାରିକ, ସତେନ୍ଦ୍ର କୁମାର ସ୍ୱାଇଁ, ଭାଗିରଥି ସ୍ୱାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ ତଥା ସମାଜସେବୀ ରୋଟାରୀଆନ ସୁକାନ୍ତ ବିଶ୍ୱାଳ ଓ ଅନନ୍ତ ଚରଣ ଖଟେଇ ଆଦି ଯୋଗ ଦେଇ ଥିଲେ l ଏହାକୁ ବିଶ୍ୱ ଜୀବନ ସଂଘ ର ସୁପେରିଟେଣ୍ଡେଣ୍ଟ ଜୟ କୃଷ୍ଣ ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିଲେ l ଏହି ଦିବସରେ ମେଡ଼ିସିନ ବଣ୍ଟନ ସହ ସୁସ୍ଥ ଜୀବନ ସମ୍ବଦ୍ଧରେ ଅକ୍ଷୟ ମହାପାତ୍ର ଅନ୍ତେବାସୀ ଙ୍କୁ ଉପଦେଶ ଦେଇଥିଲେ l