World Cup 2023 Final: ବଢିଲା ଫ୍ଲାଇଟ୍ ଟିକେଟ୍ ଦାମ୍, ୫ ହଜାର ଟିକେଟ୍ ଦାମ ଏବେ ୩୦ ହଜାର

ଆସନ୍ତା ରବିବାର ଦିନ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବାକୁ ଥିବା କ୍ରିକେଟ୍‌ ବିଶ୍ୱକଫ ଫାଇନାଲ୍‌ ମ୍ୟାଚ୍‌ ପାଇଁ ବିମାନ ଟିକେଟ୍‌ର ମୂଲ୍ୟ ୩୩,୦୦୦ ଟଙ୍କାକୁ ବୃଦ୍ଧି ପାଇଛି। ଅନ୍ୟ ଦିନମାନଙ୍କରେ କେବଳ ବେଙ୍ଗାଲୁରୁ-ଅହମଦାବାଦ ଯିବା ପାଇଁ ବିମାନର ଟିକେଟ ମୂଲ୍ୟ ୫,୭୦୦ ଟଙ୍କାରୁ ଆରମ୍ଭ ହୋଇଥାଏ କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍‌ ବିଶ୍ବକପ୍‌ ଫାଇନାଲ୍‌ ଦେଖିବା ପାଇଁ କ୍ରିକେଟ ପ୍ରେମୀମାନେ ବହୁତ ଆଗ୍ରହୀ ଥିବାରୁ ଟିକେଟ୍‌ର ମୂଲ୍ୟ ୩୩,୦୦୦ ଟଙ୍କା ହୋଇଯାଇଛି।

ସୂଚନା ଅନୁସାରେ , ବିଶ୍ୱକପ ଫାଇନାଲ ମ୍ୟାଚ୍ ପାଇଁ ବଢିଲା ବିମାନ ଟିକେଟ୍। ଯେଉଁ ଟିକେଟର ଦାମ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି। ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ବିଶ୍ୱକପର ଫାଇନାଲ ମ୍ୟାଚ। ତେଣୁ ଭାରତ ଓ ଅଷ୍ଟ୍ରେଲିଆ ଦୁଇ ଦଳ ଫାଇନାଲ ଦିନ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି କ୍ରୀଡାପ୍ରେମୀ ଆଶା ରଖିଛନ୍ତି । ତେଣୁ ଗ୍ରାଉଣ୍ଡରେ ମ୍ୟାଚ ଦେଖିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ବଢିବାରେ ଲାଗିଛି। ଗୁରୁବାର ସଂଧ୍ୟାରେ ବେଙ୍ଗାଲୁରୁରୁ ଅହମଦାବାଦ ଯେଉଁ ଟିକେଟର ଦାମ ୫ ହଜାର ୭୦୦ ଟଙ୍କା ଥିଲା ବର୍ତ୍ତମାନ ତାହା ୩୩ ହଜାର ଟଙ୍କା ବୃଦ୍ଧି ପାଇଛି। ଶନିବାର ସକାଳୁ ସଂଧ୍ୟା ଯାଏଁ ବିମାନର ଟିକେଟ୍ ଭଡା ଏହିପରି ରହିବ। ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ୨୮ ହଜାର ୭୭୮ ଟଙ୍କା ରହିଛି। ଆଉ କେତେକ କ୍ରିକେଟ୍‌ପ୍ରେମୀ ବେଙ୍ଗାଲୁରୁର ମୁମ୍ବାଇରେ ଅଟକି ଅହମଦାବାଦ ଯାଉଥିବା ବିମାନରେ ଟିକେଟ୍‌ କାଟୁଛନ୍ତି। ସେଥିପାଇଁ ସେମାନଙ୍କୁ ଟିକେଟ୍‌ ମୂଲ୍ୟ ବାବଦକୁ ୧୬,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି।