ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା: ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍

ବହୁ ଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଅଲମ୍ପିଆନ ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ଦେଲା କମିଶନରେଟ ପୋଲିସ୍। ପୋଷ୍ଟମର୍ଟମ,ଭିସେରା ରିପୋର୍ଟ ଆଧାରରେ ଆନନ୍ଦଙ୍କ ମୃତ୍ୟୁ ଆତ୍ମହତ୍ୟା ଦର୍ଶାଇ କୋର୍ଟରେ ରିପୋର୍ଟ ଦାଖଲ କରିଛି ପୋଲିସ୍। ୨୦୨୨ ପେବୃଆରୀରେ ଏକ ଆପାର୍ଟମେଣ୍ଟରେ ଆତ୍ମହତ୍ୟା କରିଥିଲେ ଆନନ୍ଦ। ଆନନ୍ଦଙ୍କ ପରିବାର ପକ୍ଷରୁ ବୀରେନ୍ଦ୍ର ଏବଂ ମଞ୍ଜିତଙ୍କ ନାଁରେ କରାଯାଇଥିଲା ହତ୍ୟା ଅଭିଯୋଗ ।