ଆସିକା,10/05; ପୁଣି ସୂତାକଳ ରାସ୍ତାରେ ମାଙ୍କଡ଼ ଆକ୍ରମଣ ରେ ଜଣେ ଗୁରୁତର l ପ୍ରକାଶ ଥାଉକି କୋଟିନଡ଼ା ଥାନା ଅନ୍ତର୍ଗତ ସୂତାକଳ ରାସ୍ତାରେ ଆଜି ଅପରାହ୍ନ ପ୍ରାୟ ୫.୩୦ ଟା ସମୟରେ ଧୋବାଡି ଗ୍ରାମର ଉମା ସେନାପତି ବୟସ ୪୦ ନିଜ ଗ୍ରାମକୁ ଯାଉଥିବା ସମୟରେ ହଠାତ ସୂତାକଳ ନିକଟ ଆମ୍ବତୋଟା ନିକଟରେ ଏକ ପାଗଳ ମାଙ୍କଡ଼ ତାଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିଲା l ସ୍ଥାନୀୟ ଲୋକଙ୍କ ସହାୟତାରେ ଉମାଙ୍କୁ ଆସିକା ଉପଖଣ୍ଡ ଚିକିତ୍ସା ଲୟକୁ ଆସି ଚିକିତ୍ସିତ ହେଉଛନ୍ତି.ଏହି ଘଟଣା ଘଟିବା ପରେ ଦୀର୍ଘ ସମୟ ଧରି ଭୟରେ ଉକ୍ତ ରାସ୍ତା ରେ ଲୋକଙ୍କ ଯିବା ଆସିବା ବନ୍ଦ ହୋଇଯାଇଥିଲା l
ପ୍ରକାଶ ଥାଉକି ଦୀର୍ଘ ତିନିମାସ ହେବ ଉକ୍ତ ସ୍ଥାନରେ ମାଙ୍କଡ଼ ଆକ୍ରମଣରେ ବହୁ ଲୋକ ଲହୁଲୁହାଣ ହେଉଛନ୍ତି l ବାରମ୍ବାର ଅଭିଯୋଗ ପରେ ମଧ୍ୟ ଆସିକା ବନବିଭାଗ ପକ୍ଷରୁ ମାଙ୍କଡ଼ କୁ ଧରିବା ପାଇଁ କୌଣସି ପଦକ୍ଷେପ ନେଉନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବନବିଭାଗର ଏହିପରି ବେପରୁଆ ମନଭାବ ଯୋଗୁଁ ଉତେଜନା ଦେଖାଦେଇଛି l ନିକଟରେ ବନବିଭାଗ କାର୍ଯ୍ୟାଳୟ ଘେରାଉ କରିବାକୁ ଯୋଜନା କରାଯାଉଥିବା ବିଶେଷ ସୂତ୍ରରୁ ଖବର ରହିଛି l