ଭିଜିଲାନ୍ସ ଜାଲରେ ନବରଙ୍ଗପୁର କୋଶାଗୁମୁଡା ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟର କୋଡ଼ିଙ୍ଗା ସେକ୍ଟର ସୁପରଭାଇଜର। ବନ୍ଧିଗୁଡାର ଅଙ୍ଗନବାଡି କର୍ମୀଙ୍କ ଠାରୁ ଖେଳ ସାମଗ୍ରୀ କିଣା ବିଲ୍ ବାବଦରେ ୫ହଜାର ୪୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି। ଏ ନେଇ ଭିଜିଲାନ୍ସ ପାଖରେ ଅଙ୍ଗନବାଡି କର୍ମୀ ଅଭିଯୋଗ କରିଥିଲେ। ଏହାପରେ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ସୁପରଭାଇଜରଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଛନ୍ତି।
ସୂଚନାନୁସାରେ, ଭିଜିଲାନ୍ସ ହାତରେ ଧାରା ପଡିଲେ ସୁପରଭାଇଜର। ବନ୍ଧିଗୁଡାର ଅଙ୍ଗନବାଡି କର୍ମୀଙ୍କ ଠାରୁ ଖେଳ ବିଲ୍ ବାବଦକୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ ସୁପରଭାଇଜର। ୨୦୨୨ ଅକ୍ଟୋବରରୁ ୨୦୨୩ ଜୁଲାଇ ସୁଦ୍ଧା ଅଙ୍ଗନବାଡ଼ି କେନ୍ଦ୍ରକୁ ପୋଷଣ ସାମଗ୍ରୀ ଏବଂ ଖେଳନା ବାବଦରେ ଆସିଥିବା ଟଙ୍କା ମଞ୍ଜୁର କରିବାକୁ ୫ ହଜାର ୪୦୦ ଟଙ୍କା ଲାଞ୍ଚ ମାଗିଥିଲେ କୋଡ଼ିଙ୍ଗା ମହିଳା ସୁପରଭାଇଜର। ଏ ନେଇ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା। ସୁପରଭାଇଜର ଲାଞ୍ଚ ଟଙ୍କା ନେବାକୁ କର୍ମୀଙ୍କୁ କୋଡ଼ିଙ୍ଗାସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ରକୁ ଡାକିଥିଲେ ଏବଂ ଟଙ୍କା ନେବାବେଳେ ପୂର୍ବ ଯୋଜନା ଅନୁଯାୟୀ ନବରଙ୍ଗପୁର ଭିଜିଲାନ୍ସ ବିଭାଗର କର୍ମଚାରୀ ତାଙ୍କୁ କାବୁ କରିବା ସହ ଲାଞ୍ଚ ଟଙ୍କା ଜବତ କରିଥିଲେ।