ଆସିକା ୧୪/0୫ / ଆସିକା କାଳଷଣ୍ଢପୁର ଆରୀୟାନ ପବ୍ଲିକ ସ୍କୁଲ ଛକ ଠାରୁ ପୁଣି ୧୫୦ କେଜି ଗଞ୍ଜେଇ ଜବତ l ପୂର୍ବ ସୂଚନା ମୁତାବକ ବ୍ରହ୍ମପୁର ଅବକାରୀ ବିଭାଗ ଦ୍ୱାରା ଗତକାଲି ରାତି ୩ଟା ପର ପୋଲିସ ଓଡି -୩୨ସି -୯୬୩୯ନମ୍ବର ବିଶିଷ୍ଟ ଗୋଟିଏ ଅଟୋରିକ୍ସା କୁ ସନ୍ଦେହ ରେ ଅଟକାଇ ଯାଞ୍ଚ କଲାବେଳେ ଅଟୋ ରିକ୍ସା ଭିତରୁ ୧୫୦ କିଲୋ ଗଞ୍ଜେଇ ଜବତ କରିବା ସହ ବଡ଼ଗଡ଼ ଥାନା ଅନ୍ତର୍ଗତ ଗଡ଼ ଚିକିଲି ଗ୍ରାମର ସ୍ବର୍ଗତ ବୃନ୍ଦାବନ ନାୟକ ଙ୍କ ପୁଅ ପ୍ରମୋଦ କୁମାର ନାୟକ ବୟସ ୩୪କୁୁ ଗିରଫ କରିଛି l
ଅବକାରୀ ଚଢ଼ାଉ ସମୟରେ ଅବକାରୀ ଡେପୁଟି ସୁପରିଟେଣ୍ଡ କୁବେର ସେଠୀ,ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ, ସବ ଇନ୍ସପେକ୍ଟର ଅଶୋକ ସାହୁ, ବ୍ରଜ ବିହାରୀ ନାୟକ,ଏଏସଆଇ ବଳରାମ ଜେନା, ସନ୍ତୋଷ ନାୟକ,କୁମୁଦ ପ୍ରଧାନ, କପିଳାସ କୋଣ୍ଡୋ ପ୍ରମୁଖ ଚଢ଼ାଉ ରେ ଉପସ୍ଥିତ ଥିଲା। ପ୍ରକାଶ ଥାଉକି ଗତ କିଛି ଦିନ ହେବ ଆସିକା ରେ ଅବକାରୀ ବିଭାଗ ଥିବା ସତ୍ୱେ ଜିଲ୍ଲା ଗୁଇନ୍ଦା ଅବକାରୀ ବିଭାଗୀୟ ଅଧିକାରୀ ମାନେ ଆସି ଏଠାରେ ଗଞ୍ଜେଇ ଧର ପଗଡ଼ କରୁଛନ୍ତି। ଏଠି ଆସିକା ଅବକାରୀ ବିଭାଗୀୟ ଅଧିକାରୀ ମାନଙ୍କ ନିକଟରେ କେମିତି କିଛି ପୂର୍ବ ସୂଚାନା ରହୁନି ତାହା ସ୍ଥାନୀୟ ବିଦ୍ଧିଜୀବୀ ମାନଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି। ରାଜ୍ୟ ଅବକାରୀ ପୋଲିସ ମହାନିର୍ଦେଶକ ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହେଉଛି।
ରିପୋର୍ଟ- ଜଗନ୍ନାଥ ସାହୁ