ଭୁବନେଶ୍ୱର : ସୋସିଆଲ ମିଡିଆରେ ପୁଣି ଆବେଗଭରା ଭିଡିଓ ଛାଡିଲେ ଅଭିନେତା ଅନୁଭବ ମହାନ୍ତି | ସକାଳେ ନୂଆ ଭିଡ଼ିଓ ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି | କହିଛନ୍ତି ମୋ ବାପାଙ୍କ ଦେହ ବହୁତ ଅସୁସ୍ଥ, ଆମେ ରାତିରେ ସୋଇପାରୁନୁ | ବର୍ଷାଙ୍କ ଚରିତ୍ର ସଂହାର କରିବା ମୋର ଉଦେଶ୍ୟ ନୁହେଁ | ବର୍ଷାଙ୍କୁ ଭଲ ବନ୍ଧୁ ଭାବେ ରଖିବାକୁ କହିଥିଲି ସେ ଆକାଉଣ୍ଟ ବ୍ଲକ କରିଦେଲେ | ମିଳିମିଶି ଛାଡପତ୍ର ସ୍ୱୀକାର କରିନେବା ଓ ଅଲଗା ହୋଇଯିବାକୁ ଅନୁଭବ ଅନୁରୋଧ କରିଛନ୍ତି |