ମୋବାଇଲ ନିଶାରେ ମା’କୁ ମାରିଲା ପୁଅ

ମୋବାଇଲ ସାଜିଛି କାଳ । ମୋବାଇଲ ପାଇଁ ପାଗଳ ସାଜିଛି ଯୁବପିଢ଼ି । କିଏ, କେତେବେଳେ ଓ କ’ଣ କରୁଛି ମୋବାଇଲ ପାଇଁ ତାର କୌଣସି ହିସାବ ମଧ୍ୟ ନାହିଁ । କେରଳରେ ଘଟିଛି ଏକ ଅଭାବନୀୟ ଘଟଣା । ଘଟଣାରେ ମୋବାଇଲ ପାଇଁ ପୁଅ ନିଜ ମା’କୁ ଜୀବନରୁ ହତ୍ୟା କରିଛି । ମୋବାଇଲ ପାଇଁ ରାକ୍ଷାସ ସାଜିଲା ପୁଅ ।

ସୂଚନା ଅନୁସାରେ, କେରଳର ଗୋଟେ ଗାଁରେ ଘଟିଛି ଏଭଳି ଏକ ଘଟଣା । ପୁଅର ମୋବାଇଲ ଦେଖାକୁ ମା’ ବାରଣ କରିବାରୁ ପୁଅ ରାଗିଯାଇ ମା’ର ମୁଣ୍ଡକୁ କାନ୍ଥରେ ବାଡ଼ାଇ ଦେଇଥିଲେ । ଯାହାଫଳରେ ମା’ ଜଣକ ଗୁରୁତର ଆହତ ହୋଇଥିଲେ । ଆହତ ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ଶନିବାର ମା’ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପରେ ପୁଅ ଜଣକୁ ପୋଲିସ ଗିରଫ କରିବା ସହିତ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା । ପୋଲିସ ଆଗରେ ପୁଅ ମା’କୁ ହତ୍ୟା କରିବାର ସମସ୍ତ ସତ କଥା କହିଥିଲା । ପୋଲିସ ପୁଅ ଠାରୁ ସମସ୍ତ ସତ କଥା ଶୁଣିବା ପରଠାରୁ ପୁଣିଥରେ ଘଟଣାର ତଦନ୍ତ ଆରମ୍ଭ କରିଛି  ।