ଆସିକା ଥାନା ଅନ୍ତର୍ଗତ ଗୁଣ୍ଠପଡା ପଂଚାୟତ ଅଧୀନ ସୁମନ୍ତପଲ୍ଲୀ ଗ୍ରାମରେ ଆଜି ମଧ୍ୟାହ୍ନରେ କାଶୀନାଥ ଗୌଡ଼ଙ୍କ ଘରେ ପଶି ଦୁର୍ବୁତ୍ତ ଆକ୍ରମଣ କଲେ. ଏହି ଆକ୍ରମଣରେ ୩ ଗୁରୁତ୍ତର ହୋଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ଆସିଥିବା ବେଳେ ଆକ୍ରମଣକାରୀ ୩ ଜଣକୁ କାବୁ କରି ଥାନାରେ ଦେଇଛନ୍ତି.ପ୍ରକାଶ ଥାଉକି କାଶୀନାଥ ଗୌଡ଼ଙ୍କ ଭାଇ ସ୍ବର୍ଗତ ପାଞ୍ଚାଳୀ ଗୌଡ଼ଙ୍କ କୌଣସି ପୁଅ ଝିଅ ନଥିଲା. ଏତିକି ବେଳେ ପାଞ୍ଚାଳୀ ଜୀବିତ ଅବସ୍ଥାରେ ଝିଅ ସୀମା ଗୌଡ଼ ଜ୍ୟୋଇଁ ବିଷ୍ଣୁ ଗୌଡ଼କୁ ବୁଝାଇ ଝିଅ ବିଷ୍ଣୁର ଗୋଟିଏ ପୁଅ କାଳିଆ ଗୌଡ଼କୁ ପୋଷ୍ୟ ପୁତ୍ର କରିଥିଲେ.
କାଳକ୍ରମେ କାଳିଆ ପାଞ୍ଚାଳୀ ଗୌଡ଼ଙ୍କ କୌଣସି ଦେଖାରଖା କରିନଥିଲେ. ଶେଷରେ ପାଞ୍ଚାଳୀ ଗୌଡ଼ଙ୍କ ମୃତ୍ୟୁ ହୋଇଥିଲା. ପାଞ୍ଚାଳୀଙ୍କ ସମ୍ପତ୍ତିକୁ ହେତେଇବା ପାଇଁ ପୋଷ୍ୟ ପୁତ୍ର କାଳିଆ ଗୌଡ଼ ଉଦ୍ୟମ କଲାବେଳେ ଏହାକୁ ନେଇ ଗୌଡ଼ ସମାଜ ଓ କାଶୀନାଥଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ରହି ଆସିଥିଲା. ଏହାକୁ କେନ୍ଦ୍ରକରି ଆଜି କାଶୀନାଥଙ୍କ ଦୁଇ ଝିଅ ସୀମା ଗୌଡ଼ ଓ ରାଜି ଗୌଡ଼ ଓ ତାଙ୍କ ଜ୍ୱାଇଁ ବିଷ୍ଣୁ ଗୌଡ଼ ଋଷି ଗୌଡ଼, ମଙ୍ଗୁଳୁ ଗୌଡ଼ ମିଶି ନିଜ ଗ୍ରାମ ଶେରଗଡ଼ ନିକଟ କେରିକେରି ଝୋଲାରୁ ଦୁଇଟି ମୋଟର ସାଇକେଲରେ ଆସି ଦିନ ପ୍ରାୟ ବାରଟାରେ ସୁମନ୍ତ ପଲ୍ଲୀରେ ପହଂଚି କାଶୀନାଥଙ୍କ ପରିବାରରେ ଖାଇ ଶୋଇଥିବା ବେଳେ ଝିଅ ସୀମା ଓ ରାଜି ଦୁଇ ଝିଅ ଡ଼ାକିଥିବା ବେଳେ କବାଟ ଖୋଲିଥିଲେ.
କାଶୀନାଥ ଘର କବାଟ ଖୋଲିବା ପରେ ହଟାତ ଜ୍ୱାଇଁ ବିଷ୍ଣୁ ଗୌଡ଼, ଋଷି ଗୌଡ଼, ମଙ୍ଗୁଳୁ ଗୌଡ଼ ପୂର୍ବ ଯୋଜନା ଅନୁଯାୟୀ ସାଙ୍ଗରେ ଆଣିଥିବା ଛୁରୀ ଓ ଲୁହା ପଞ୍ଝାରେ କାଶୀନାଥ, ସୁବାଷ ଓ ରେଣୁକୁ ଜୀବନରେ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରିଥିଲେ.ଏହି ଘଟଣା ଘଟିବା ପରେ ଗ୍ରାମବାସୀ ଦୁର୍ବୁତ୍ତ ମାନଙ୍କୁ କାବୁ କରି ପୋଲିସକୁ ଦେଇଥିଲେ ଏବଂ ଆହତ ଙ୍କୁ ଆସିକା ଉପଖଣ୍ଡ ମେଡିକାଲକୁ ପଠାଇଥିଲେ.
ରିପୋର୍ଟ- ଜଗନ୍ନାଥ ସାହୁ