ବ୍ରିଜ ଉପରୁ ଖସିଲା ବସ୍: ୨୧ ମୃତ୍ୟୁ

ପୁଣିଥରେ ଘଟିଲା ମର୍ମନ୍ତୁଦ  ଦୁର୍ଘଟଣା । ପୋଲ ତଳକୁ ଖସିଲା ବସ ଆଉ ଚାଲିଗଲା ୨୧ ଜଣଙ୍କର ଜୀବନ । ସୂଚନା ଅନୁସାରେ, ଇଟାଲୀର ଭେନିସ ସହରରେ ଘଟିଛି ଏକ ଅଭାବନୀୟ ଘଟଣା  । ମିଥେନ ଗ୍ୟାସରେ ଚାଲୁଥିବା ବସଟି ପୋଲ ତଳକୁ ଖସିପଡିଥିଲା  । ଯାହାଫଳରେ ୨୧ ଜଣଙ୍କର ମୃତ୍ୟୁ ହେବା ସହିତ  ୧୮ ଜଣ ଆହତ ହୋଇଛନ୍ତି । ବସଟି ଯାତ୍ରୀଙ୍କୁ ନେଇ କ୍ୟାମ୍ପିଂ ଗ୍ରାଉଣ୍ଡକୁ ଯିବା ସମୟରେ ଘଟିଥିଲା ଏ ଦୁର୍ଘଟଣା  । ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ପୋଲ ତଳକୁ ଖସିପଡିଥିଲା  । ଖସିପଡିବା ଫଳରେ ବସରେ ତୁରନ୍ତ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାର ପ୍ରକୋପ ବହୁତ  ଭୟଙ୍କର ଥିଲା ।  ବସଟିରେ ନିଆଁ ଲାଗିବା ଯୋଗୁଁ ଯାତ୍ରୀମାନେ ଭୟରେ ଚିତ୍କାର କରୁଥିଲେ । କିନ୍ତୁ ବସରୁ କେହି ଯାତ୍ରୀମାନେ ବାହାରକୁ ଆସିପାରିଲେ ନାହିଁ । ବାହାରକୁ ନ ଆସିବା କାରଣରୁ ବସର ନିଆଁରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ଉଦ୍ଧାରକାରୀ ଟିମ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ ଓ ତା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ସୂଚନା ମିଳୁଛି । ମୃତକ ଲୋକଙ୍କର କୌଣସି ଖୋଜଖବର ମିଳିନାହିଁ । 

ସ୍ଥାନୀୟ ସୂଚନା ଅନୁସାରେ, ବସଟି ଯାତ୍ରା କରୁଥିବା ସମୟରେ ହଠାତ ବ୍ୟାରିୟରକୁ ଭାଙ୍ଗି ପ୍ରାୟ ୩୦ ମିଟର ତଳେ ଥିବା ରେଳ ଟ୍ରାକ ଉପରେ ପଡିଥିଲା । ଆଉ ଚାଲିଯାଇଥିଲା ୨୧ ଜଣଙ୍କର ଜୀବନ । ବସଟି ପୋଲ ତଳକୁ ଖସିପଡିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ନିଆଁ ଲାଗିଥିଲା  ।  ମିଥେନ ଗ୍ୟାସରେ ବସ ଚାଲିଥିବାରୁ ନିଆଁ ହଠାତ ଲାଗିଯାଇଥିଲା  ।  ଆଉ ଧୀରେ ଧୀରେ ନିଆଁ ଭୟଙ୍କର ରୂପ ନେଇଥିଲା । ଆଉ ଏହି ଦୁର୍ଘଟଣା ପରେ ଇଟାଲୀ ସହରରେ ଶୋକର ଛାୟା ଖେଳିଯାଇଛି ।