ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା

ବହୁ ପ୍ରତିକ୍ଷା ପରେ ପ୍ରତିଷ୍ଠା ହେବାକୁ ଯାଉଛି ରାମ ମନ୍ଦିର । ଖୁବ ଶୀଘ୍ର ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ରାମଙ୍କ ନିକଟତର ହୋଇ ତାଙ୍କୁ ଦର୍ଶନ କରି ପାରିବେ । କିଛି ଦିନ ପୂର୍ବରୁ ରାମ ମନ୍ଦିରକୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା ।

ଅଯୋଧ୍ୟାରେ ନିର୍ମିତ ବିଶାଳ ମନ୍ଦିରରେ ରାମ ଲାଲାଙ୍କୁ ଉତ୍ସର୍ଗ କରିବାର ସମୟ ସୂଚନା ଦିଆଯାଇଥିଲା। ଜାନୁଆରୀ 22 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଲାଲାଙ୍କୁ ପବିତ୍ର ମନ୍ଦିରରେ ନିଜ ହାତରେ ଉତ୍ସର୍ଗ କରିବେ। ତେବେ ସେହି ମନ୍ଦିରରେ ପ୍ରାଣ ପ୍ରତିଷ୍ଠା କରିବାକୁ ନେଇ ବଡ଼ ଖବର ଆସିଛି । ସୂଚନା ଅନୁଯାୟୀ, ଜାନୁଆରୀ ୨୨ରେ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ତେବେ ଏହାକୁ ନେଇ ଚଳଚଞ୍ଚଳ ହୋଇଛି ଅଯୋଧ୍ୟା । ଏହି ଶୁଭ ମୁହୂର୍ତ୍ତ ଯେତେ ପାଖେଇ ଆସୁଛି ସେତେ ହିଁ ଜୋର ଶୋର ରେ ପ୍ରସ୍ତୁତି କରାଯାଉଛି ।