ବାଣପୁର,30/09: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ କୁଲେଇ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା l ଗତ କାଲି ଅପରାହ୍ନରେ ବିଲରେ କାମ କରୁଥିବା ସମୟରେ ଅଚାନକ ଘନେଇ ଆସିଥିଲା କଳା ବାଦଲ ଚାହୁଁ ଚାହୁଁ ବର୍ଷା ସାଙ୍ଗକୁ ଘଡଘଡି l ତେବେ ଏହି ଘଡ଼ିସନ୍ଧି ମୁହୁର୍ତରେ କୌଣସି ଉପାୟ ନପାଇ ଯୁବକ ଜଣକ ସୁରକ୍ଷିତ ସ୍ଥାନକୁ ଯାଇପାରି ନଥିଲେ l ଇତିମଧ୍ୟରେ ବଜ୍ରାଘାତ ର ଶିକାର ହୋଇଥିଲେ ବାଣପୁର କୁଲେଇ ପଂଚାୟତ ହଜ ଗ୍ରାମର ଅନାମ ମୁଦୁଲି ( 45) l ତେବେ ଗାଁ ଲୋକେ ଖବର ପାଇ ଅନାମଙ୍କୁ ଡାକ୍ତର ଖାନାକୁ ନେଇଥିଲେ ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଅନାମଙ୍କ ବଜ୍ରାଘାତରେ ଅକାଳ ବିୟୋଗ ଯୋଗୁ ସ୍ଥାନୀୟ ଅଂଚଳରେ ଲାଗି ରହିଥିଲା ଶୋକାକୁଳ ପରିବେଶ l