ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟିସ୍ଥାପନ

ଛତ୍ରପୁର,୧୭/୫:ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଆରାଧ୍ୟ ଦେବୀ ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟିସ୍ଥାପନ ହୋଇଯାଇଛି । ଏହି ଯାତ୍ରା ଦୀର୍ଘର୍ବର୍ଷ ପରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଚଳିତ ବର୍ଷ ଯାତ୍ରାକୁ ଧୁମଧାମ ଏବଂ ଯାକଜକମରେ ପାଳନ କରିବା ନିମନ୍ତେ ଗ୍ରାମ୍ୟ କମିଟି ପ୍ରକାର ପ୍ରସ୍ତୁତି ଆରମ୍ଭ କରାଯାଇଛି । ବୁଧବାର ଅପରାହ୍ନରେ ଗ୍ରାମର ମଝି ତଥା ସୁବାଷ ଭୋଷ ଛକ ଠାରେ ଯାତ୍ରା ନିମନ୍ତେ ଘଣ୍ଟ , ବାଦ୍ୟ ହୁଳିହୁଳି ସହ ବହୁଗ୍ରାମବାସୀମାନେ ଏକାଠି ରହି ପୂଜାର୍ଚ୍ଚନା କରି ଶୁଭ ଖୂଣ୍ଟି ସ୍ଥାପନ କରିଥିଲେ । ଏହି ଖୁଣ୍ଟି ର ଉଚ୍ଚତା ୨୦୦ମିଟରରୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ଦୀର୍ଘ ୧୨ବର୍ଷ ପରେ ଏହି ଯାତ୍ରା ହେବାକୁ ଥିବାରୁ ଗ୍ରାମବାସୀ ମାନେ ବହୁ ଉତ୍ସାହିତ ହୋଇପଡିଛନ୍ତି ।

ଏହା ଯାତ୍ରା ଆସନ୍ତା ୨୩ତାରିଖ ଠରୁ ଜୁନ ୧ତାରିଖ ପର୍ଯ୍ୟନ୍ତ ଚାଲିବ । ଲୋକଙ୍କ ମନୋରଂଜନ ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନା ବଜାର ଏବଂ ରାମଦୋଳିର ଆୟୋଜନ କରାଯାଇଛି । ଏହି ଶୁଭଖୁଣ୍ଟି ସ୍ଥାପନ ବେଳେ ଗ୍ରାମ୍ୟ କମିଟିର ସଭାପତି ଏମ .କାମରାଜୁ , ସମ୍ପାଦକ ଏନ.ଗୋପାଳ, କୋଷାଧ୍ୟକ୍ଷ ଜି.କାମରାଜୁ , କେ. ଏଲେୟା, ବି ସିମାଦ୍ରୀ, ପି.ରାମବାବୁ , କେ.ଦାଶରଥୀ , ଏମ ଡିଲ୍ଲୀ, ବି.ଭୀମସେନ , ଏନ.ଦୀବନ୍ଧୁ , ବି.ଗଣପତି , ବି.ସନ୍ୟାସୀ, ବି.ସୋମେୟା, ଏମ. ସତ୍ୟ , ପୂଜାରୀ ଏନ.ରଘୁନାଥ ଙ୍କ ସମେତ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ବହୁ ୍‌ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।