ଦିନ ଦ୍ୱିପ୍ରହରରେ ବ୍ୟାଙ୍କ୍ରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ ଲୁଟ୍ । ବାଲେଶ୍ୱର ଜିଲ୍ଲା ଚନ୍ଦନେଶ୍ୱର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍ ହୋଇଛି । ୩୦ରୁ ୪୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଥିବା ଅଭିଯୋଗ ହୋଇଛି। ଆଜି ଦିନ ଗୋଟାଏ ସମୟରେ ୭ରୁ ୮ଜଣ ଦୁର୍ବୃତ୍ତ ଗ୍ରାହକ ବେଶରେ ପ୍ରଥମେ ବ୍ୟାଙ୍କ ଭିତରକୁ ପଶିଥିଲେ । ଗ୍ରାହକ ଓ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ଲୁଟ୍ କରିଥିଲେ । ଲୁଟ୍ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି । ଖବରପାଇ ବ୍ୟାଙ୍କ କର୍ମଚାରୀଙ୍କୁ ଉଦ୍ଧାର କରିଛି ଭୋଗରାଇ ପୋଲିସ। ଘଟଣାସ୍ଥଳରେ ଜଳେଶ୍ୱର ଏସଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି ।