ଭୂତଙ୍କ ସଭାପତି ବିପିନ କୁମାର ରାଉତରାୟଙ୍କୁ ଗିରଫ କରାଯାଇଛି । ଏକ ପୁରୁଣା ମାମଲାରେ ଗିରଫ ହୋଇଛନ୍ତି । ଗିରଫ ଜଣକ ହେଲେ ସ୍ଥାନୀୟ ନନ୍ଦପୁର ଗ୍ରାମର ବିପିନ କୁମାର ରାଉତରାୟ । ବିପିନଙ୍କ ନାମରେ ୩ଟି ୱାରେଣ୍ଟ ରହିଥିଲା । ଗତକାଲି ବିପିନ ନନ୍ଦପୁର ଆସିଥିବାବେଳେ ସଦର ପୋଲିସ ସେଠାରୁ ଉଠାଇ ନେଇ ଗିରଫ କରିଛି । ବିପିନ ମା’ ବଗଳାମୁଖୀଙ୍କୁ ସାଧନା କରିଥିବା କହି ସୋସିଆଲ ମିଡିଆରେ କିଛିଦିନ ହେବ ଚର୍ଚ୍ଚାରେ ରହିଥିଲେ। ନିଜକୁ ଭୂତ ପ୍ରେତମାନଙ୍କ ସଭାପତି କହୁଥିଲେ। ମଶାଣୀ ଭିତରେ ୧୫ମିନିଟ ମନ୍ତ୍ର ପଢ଼ିବା ପରେ ୪୦ ଲକ୍ଷ ଭୂତ ଆସିଲେ । ଭୁବନେଶ୍ୱରକୁ ୪୫ମିନିଟ ପାଇଁ ଅନ୍ଧାର କରିଥିଲି। ରାଜନେତାଙ୍କ ପ୍ରେତାତ୍ମା ଆସି ତାଙ୍କୁ ସାହାଯ୍ୟ ମାଗିବା କହି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ୪୦ ଲକ୍ଷ ୨ ଜଣ ଭୂତଙ୍କ ସଭାପତି ବୋଲି ସେ ନିଜକୁ ପ୍ରଚାର କରୁଥିଲେ । ପ୍ରତ୍ୟକ୍ଷ ଭାବେ ଭୂତପ୍ରେତଙ୍କ ସହ କଥା ହୁଅନ୍ତି ବୋଲି କହି ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିଲେ ।