ପ୍ରତାପ ଓ ସଞ୍ଜୟଙ୍କୁ ବିଜେଡିର ବଡ ଦାୟିତ୍ୱ, କେନ୍ଦ୍ରପଡ଼ା ଓ ଭଦ୍ରକ ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ

ନିର୍ଵାଚନ ପୂର୍ବରୁ ବିଜୁ ଜନତା ଦଳ ଦୁଇ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ଘୋଷଣା କରିଛି। କେନ୍ଦ୍ରପଡ଼ା ଏବଂ ଭଦ୍ରକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଥିବା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏନେଇ ଆଜି ଦଳ ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି । କେନ୍ଦ୍ରପଡ଼ା ଜିଲ୍ଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଭଦ୍ରକ ପାଇଁ ସଞ୍ଜୟ ଦାସ ବର୍ମାଙ୍କୁ ନିଯୁକ୍ତ ଦିଆଯାଇଛି । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି ।