ବେଗୁନିଆପଡା, (ଦେବାଶିଷ ମହାରଣା):ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କେ.ବରିଡା ପଂଚାୟତର ଅମରେଶ୍ଵର ମନ୍ଦିର ପ୍ରାଙ୍ଗଣରେ ରବିବାର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କୋଦଳା ଏନ ଏ ସି ର ପୂର୍ବତନ ନଗର ପାଳିକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେ.ବରିଡା ସରପଞ୍ଚ ପୂଜା ପ୍ରଧାନ ଏବଂ ସମିତି ସଭ୍ୟା ପୁଷ୍ପଞ୍ଜଳି ଗୌଡ଼, ବିଶ୍ୱଜିତ ପଣ୍ଡା,ଜିତେନ୍ଦ୍ର ସ୍ୱାଇଁ, ତ୍ରିଲୋଚନ ପଣ୍ଡା,ମହେଶ୍ୱର ଭୂୟାଁ, ପ୍ରଦୀପ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳତାର ସହ ସମ୍ପୂର୍ଣ କରିଥିଲେ।
ଆଗକୁ ନିର୍ବାଚନ ପାଖେଇ ଆସୁଥିବାରୁ ଏହି ବୈଠକ ଦ୍ୱାରା ଦଳ ବହୁତ ଉପକୃତ ହେବ ବୋଲି ସ୍ଥାନୀୟ ବୁଦ୍ଧିଜିଵୀ ମତ ପୋଷଣ କରିଥିବା ବେଳେ ପ୍ରତ୍ୟେକ ପଞ୍ଚାୟତରେ ଏହି ପ୍ରକ୍ରିୟା ଜାରି ରହିବ ବୋଲି କହିଛନ୍ତି ଶ୍ରୀମତୀ ସାହୁ | ଏକରୁ ଅନେକ ଚିନ୍ତାଧାରାରେ ସଦା ବିଶ୍ୱାସ ରଖୁଥିବା ଶ୍ରୀମତୀ ସାହୁ ବିଭିନ୍ନ ସମୟରେ ଅକ୍ଲାନ୍ତ ପରିଶ୍ରମ କରି ଦଳ କୁ ସୁଦୃଢ କରିବାରେ ବେଶ ସହାୟକ ହୋଇଛନ୍ତି ବୋଲି ମଧ୍ୟ ସାଧାରଣରେ ଆଲୋଚନା ହେଉଛି |