• ୬ଟି ନିର୍ବାଚନ ମଣ୍ଡଳୀରେ ଦଳର ଦଳୀୟ ନେତାଙ୍କ ଗୋଷ୍ଠୀ କନ୍ଦଳ … !
• ଜିଲ୍ଲା ସଙ୍ଗଠନ ସମ୍ଭଳୀବାରେ ସକ୍ଷମ ନୁହନ୍ତି କି ଜିଲ୍ଲା ସଭାପତି … ?
• ବଦଳିବ କି ୨୪ରେ ରାଜନୀତି ପାଣିପାଗ, ସୁଯୋଗ ନେବେ କି ବିରୋଧୀ … ?
ବ୍ରହ୍ମପୁର, ୧୮/୫ (ଅଭିଜିତ କର): ଗଞ୍ଜାମ ଜିଲ୍ଲାରେ ଅସମ୍ଭାଳ ଗୋଷ୍ଠୀ କନ୍ଦଳ, ପ୍ରତି ନିର୍ବାଚନ ମଣ୍ଡଳୀରେ ଦଳର ଦଳୀୟ ନେତାଙ୍କ ମଧ୍ୟରେ ରହିଛି ମହା କନ୍ଦଳ । ଦଳୀୟ ଗୋଷ୍ଠୀ କନ୍ଦଳ ଓ ନେତୃତ୍ୱବିହୀନ ସ୍ଥିତିକୁ ନେଇ ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ । ଗଞ୍ଜାମ ଜିଲ୍ଲାରେ ୧୩ଟି ନିର୍ବାଚନ ମଣ୍ଡଳୀ ରହିଥିବା ବେଳେ, ସେଥି ମଧ୍ୟରୁ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ବିଧାୟକ ରୂପେ ରମେଶ ଚନ୍ଦ୍ର ଜେନାଙ୍କୁ ବାଦ୍ ଦେଲେ ବାକି ନିର୍ବାଚନ ମଣ୍ଡଳୀରେ ରହିଛି ବହୁ କନ୍ଦଳ । ଏହି ପରିପ୍ରେକ୍ଷୀରେ ଜନ ବିରୋଧି କାର୍ଯ୍ୟ ଯୋଗୁଁ ଦଳରୁ ବହିଷ୍କାର ହୋଇଥିବା ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଟାକ୍ଷ ଏବେ ବିଜେଡି ନେତାଙ୍କୁ ଅଡ଼ୁଆରେ ପକାଉଛି । ତେବେ ନିଜ ନିର୍ବାଚନ ମଣ୍ଡଳୀ ଗସ୍ତ ବେଳେ, ଏକ ପ୍ରତିକ୍ରିୟାରେ ମନ୍ତବ୍ୟ ଦେଇ ଅରେଞ୍ଜ ରିଭୋଲୁସନ୍ ପାଇଁ ଗଞ୍ଜାମ ବିଜେଡିର ଗତି କୁଆଡ଼େ ବୋଲି କଟାକ୍ଷ କରିଥିଲେ। ଏନେଇ ବର୍ତ୍ତମାନ ବିଜେଡି ନେତା ମାନଙ୍କୁ ଗଞ୍ଜାମ ଜିଲ୍ଲାର ଚିନ୍ତା ଘାରୁ ଥିବା ଦେଖିବାକୁ ମିଳିଛି।
କାରଣ ନିକଟରେ ମନ୍ତ୍ରୀ ରୂପେ ପଦବୀରେ ଥିବା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ନିର୍ଯାତନା ଅଭିଯୋଗ ପରେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ବେଳେ, ସେହିପରି ଦୀର୍ଘ ବର୍ଷ ଧରି ବହୁ ବିଭାଗର ମନ୍ତ୍ରୀ ପଦରେ ନିଯୁକ୍ତି ଥିବା ପରେ ଗତ ବର୍ଷ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥତା କାରଣରୁ ବିଧାନ ସଭା ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ, ତେବେ ଗୃହ ପରିଚାଳିତ ପାଇଁ ତରବର ଭାବେ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ଉକ୍ତ ବାଚସ୍ପତି ପଦରେ ନିଯୁକ୍ତ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେ ଦୁହେଁ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବର୍ତମାନ ଗଞ୍ଜାମ ଜିଲ୍ଲାରେ ଏକ ମାତ୍ର ମନ୍ତ୍ରୀ ଭାବେ ରହିଥିବା ଚିକିଟି ବିଧାୟିକା ଉଷାଦେବି ଙ୍କର ମଧ୍ୟ ଗଞ୍ଜାମ ଜିଲ୍ଲାରେ ଲୋକପ୍ରିୟତା କମିବାରେ ଲାଗିଛି। ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ସହରରେ ବିଧାୟକ ରୂପେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଗୋଟିଏ ଥର ମଧ୍ୟ ମନ୍ତ୍ରୀ ପଦରେ ନିଯୁକ୍ତ କରାଯାଇ ନଥିଲା । ସେହିପରି ଖଲ୍ଲିକୋଟ ବିଧାୟିକା ଭାବରେ ବହୁ ବାର ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟିକା ଖଲ୍ଲିକୋଟ ରାଣୀଙ୍କୁ ମଧ୍ୟ କୌଣସି ବିଭାଗର ମନ୍ତ୍ରୀ ପଦରେ ନିଯୁକ୍ତ କରାଯାଇ ନଥିଲା।
ବର୍ତମାନ ଦେଖିବାକୁ ଗଲେ ଚଳିତ ନିର୍ବାଚନରେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡ଼ିକୁ ଆସି ବିଧାୟକ ରୂପେ ନିର୍ବାଚିତ ହୋଇଥିବା ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କୁ ମଧ୍ୟ ଗତ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ସମୟରେ ମନ୍ତ୍ରୀ ପଦ ମିଳିବା ନେଇ ବହୁ ଚର୍ଚ୍ଚା ହେଉଥିବା ବେଳେ, ରାଜନୀତି ପାଣିପାଗ ବଦଳି ଯାଇ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ଶ୍ରମ ଓ ବୀମା ବିଭାଗ ମନ୍ତ୍ରୀ ପଦ ପ୍ରଦାନ କରିଥିଲେ ସୁପ୍ରିମୋ। ଏହି ଘଟଣାରେ ବହୁ ନେତା ମାନଙ୍କ ମଧ୍ୟରେ ବହୁ କନ୍ଦଳ ଓ ଏକ ବିରୋଧାଭାସ ଦେଖିବାକୁ ମିଳିଥିଲା। ସେହିପରି ବ୍ରହ୍ମପୁର ବିଧାୟକ ଭାବେ ଗତ ନିର୍ବାଚନରେ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ଶ୍ରୀ ଚ୍ୟାଉ ପଟ୍ଟନାୟକଙ୍କ ପ୍ରତିନିଧି ଭାବେ ଥିବା ଦଳର ବରିଷ୍ଠ ନେତା ତଥା ଜିଲ୍ଲା ଉପ ସଭାପତି ପଦବୀରେ ଥିବା କେ. ଅନିଲ କୁମାର ବର୍ତ୍ତମାନ, ବ୍ରହ୍ମପୁର ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଆସି ବ୍ରହ୍ମପୁରରେ ଗୋଷ୍ଠୀ କନ୍ଦଳ କରୁଥିବା ଦେଖିବାକ ମିଳିଛି । ତେବେ ଦଳରୁ ବହିଷ୍କାର ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସାଥିରେ ଶୋଭାଯାତ୍ରାରେ ପ୍ରଚାର ପ୍ରସାର କରି ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ବିରୋଧ କରୁଥିବା ପରିଲକ୍ଷିତ ହେଉଛି।
ସେହିପରି ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନ ଭିତରୁ ୬ଟି ନିର୍ବାଚନ ମଣ୍ଡଳୀରେ ଚରମ ସୀମାରେ ପହଞ୍ଚିଛି ଗୋଷ୍ଠୀ କନ୍ଦଳ । ସେଥି ମଧ୍ୟରୁ ବ୍ରହ୍ମପୁର, ଛତ୍ରପୁର, ଆସିକା, ଗୋପାଳପୁର, ଦିଗପହଣ୍ଡି ଓ କବିସୂର୍ଯ୍ୟ ନଗରରେ ବିଜୁ ଜନତା ଦଳର ଦଳୀୟ କନ୍ଦଳ ଦେଖିବାକୁ ମିଳିଛି। ଏସବୁ ନିର୍ବାଚନ ମଣ୍ଡଳୀରେ ଦଳର ସମାନ୍ତରାଳ ଗୋଷ୍ଠୀ ବିରୋଧୀଙ୍କ ଅପେକ୍ଷା ନିଜ ନିଜ ଭିତରେ ହିଁ ପ୍ରତିଦ୍ୱନ୍ଦିତା କରୁଛନ୍ତି। ସେପେଟ ଦୀର୍ଘ ଦିନ ଧରି ଏ ଗୋଷ୍ଠୀ କନ୍ଦଳ ଓ ଅସନ୍ତୋଷକୁ ସମାଧାନ କରିବାରେ ହୋଇପାରି ନାହାନ୍ତି ଜିଲ୍ଲା ସଭାପତି ଶ୍ରୀ ଚ୍ୟାଉ ପଟ୍ଟନାୟକ, ତେବେ ଜିଲ୍ଲା ସଙ୍ଗଠନକୁ ସୁଚାରୁ ରୂପେ ସମ୍ପାଦନା କରିବାରେ ସକ୍ଷମ ନୁହନ୍ତି ଜିଲ୍ଲା ସଭାପତି ବୋଲି ବହୁ ଅସନ୍ତୁଷ୍ଟ ନେତା ମାନେ ମତ ଦେଇଛନ୍ତି। କିଛି ଦିନ ତଳେ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ ନେଇ ଜିଲ୍ଲା ବିଜେଡି ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ, ସେଥିରେ ପରସ୍ପର ପ୍ରତି ଥିବା କନ୍ଦଳ ଗୁଡ଼ିକୁ ଜିଲ୍ଲା ସଭାପତି ସମ୍ମୁଖରେ ଏକ ବିବାଦୀୟ ଯୁକ୍ତି ତର୍କ ହୋଇଥିଲା । ତେବେ ଜିଲ୍ଲା ସଭାପତିଙ୍କ ଉର୍ଦ୍ଧ୍ବରେ ଯାଇ ସଭାପତିଙ୍କ ଆଦେଶରେ ଯୁକ୍ତି କରିଥିଲେ । ଏହି ଘଟଣାକୁ ଦୃଷ୍ଟିରେ ରଖି ପରିଲିଖିତ ହେଉଛି ଯେ, ପୂର୍ବତନ ବିଧାୟକଙ୍କ ପ୍ରତିନିଧିଙ୍କୁ ନେଇ ବହୁ କନ୍ଦଳ ଦେଖିବାକୁ ମିଳିଛି। ସେହିପରି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ଥିବା ବେଳେ, ତାଙ୍କ ପୁଅ ବିପ୍ଳବ ପାତ୍ରଙ୍କୁ ଦଳୀୟ ନେତାଙ୍କ ନାପସନ୍ଦ ଦେଖିବାକୁ ମିଳିଛି। ସମପରି ଅନ୍ୟ ୫ ରୁ ୬ଟି ନିର୍ବାଚନ ମଣ୍ଡଳୀରେ ଏହିପରି ଦଳୀୟ କନ୍ଦଳ ଦେଖିବାକୁ ମିଳୁଛି।
ଏହି ଅବସରରେ ଗଞ୍ଜାମ ଜିଲ୍ଲାରେ ଗୋଷ୍ଠୀ କନ୍ଦଳକୁ ମାତ୍ ଦେବା ଓ ଦଳକୁ ମଜବୁତ କରିବା ପାଇଁ ରାଜ୍ୟ ବିଜେଡି କାହାକୁ ଗଞ୍ଜାମ ଜିଲ୍ଲା ସଂଗଠନ ଦାୟିତ୍ୱ ଦେବ ସେନେଇ ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ତେବେ ବିଜେଡି ଦଳରେ ପ୍ରଚଣ୍ଡ ଗୋଷ୍ଠୀ କନ୍ଦଳ ଭିତରେ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ଗଞ୍ଜାମ ରାଜନୈତିକ ଦୃଶ୍ୟପଟ୍ଟ ବଦଳିଯିବ ବୋଲି ବିରୋଧୀ ନେତାଙ୍କ ସମେତ ସାଧାରଣରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ବିଜୁ ଜନତା ଦଳରେ ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଓ ଭରସା ଯୋଗ୍ୟ ହେବାପାଇଁ କାହାକୁ ଟିକେଟ ମିଳିବ ଓ କିଏ ପୁଣି ଗଞ୍ଜାମ ଜିଲ୍ଲାର ୧୩ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଧାୟକ ମୁକୁଟ ପିନ୍ଧିବା ତାହାକୁ ନେଇ ଦ୍ବନ୍ଦରେ ଗଞ୍ଜାମ ଜିଲ୍ଲା ବିଜେଡିର ନେତା । ତେବେ ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାକୁ ନେଇ ଚିନ୍ତାରେ ବିଜେଡି ନେତା ।