ମୁଣ୍ଡମରାଇ ଦିବ୍ୟ ଜୀବନ ସଙ୍ଘ ପକ୍ଷରୁ ରକ୍ତଦାନ ଶିବିର

ମୁଣ୍ଡମରାଇ ଦିବ୍ୟ ଜୀବନ ସଙ୍ଘ, ବିପଦର ବନ୍ଧୁ ଓଡିଶା, ଏବଂ ଆଶାର ଆଲୋକ ସର୍ବଦା ସେବାରେ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶିବାନନ୍ଦ ଆଶ୍ରମ ମୁଣ୍ଡମରାଇ ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଦିବ୍ୟ ଜୀବନ ସଙ୍ଘ ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଜୟଚନ୍ଦ୍ର ନାୟକ, ଧରାକୋଟ ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଡେନିସ ବେହେରା, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ ଶାଖା ସଭାପତି, ତ୍ରିନାଥ ବେହେରା, ଦିବ୍ୟ ଜୀବନ ସଙ୍ଘ ଆସ୍କା ଶାଖା ସଭାପତି କିଶୋର ମୋହନ ପାତ୍ର,ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ପ୍ରତିଷ୍ଠାତା ଶିବରାମ ପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ l

ସର୍ବ ପ୍ରଥମେ ଉପସ୍ଥିତ ଅତିଥିମାନଙ୍କ ଦ୍ୱାରା ଶିବିରର ସଫଳତା ଲାଗି ଈଶ୍ୱର ଆରଧନା ଏବଂ ପରେ ପରେ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା। ମୁଣ୍ଡମରାଇ ଗ୍ରାମବାସୀ, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ , ଆଶାର ଆଲୋକ ସର୍ବଦା ସେବାରେ ଓ ବିପଦର ବନ୍ଧୁ ଓଡିଶାର ସଦସ୍ୟଙ୍କ ସୁପରିଚାଳନାରେ ଶିବିର ୬୨ ୟୁନିଟ ରକ୍ତସଂଗ୍ରହ ପୂର୍ବକ ସଫଳତା ହାସଲ କରିଥିଲା। ସମସ୍ତ ରକ୍ତବୀରଙ୍କୁ ପଦକ ଓ ମାନପତ୍ର ଦିଆଯାଇ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା।ଉକ୍ତ ଶିବିରରେ ବ୍ରହ୍ମପୁର ରକ୍ତଭଣ୍ଡାରର ସଦସ୍ୟବୃନ୍ଦ ରକ୍ତସଂଗ୍ରହ କରିଥିଲେ। ରକ୍ତଭାବ ଦୂରୀକରଣ ଲାଗି ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନ, ଦିବ୍ୟ ଜୀବନ ସଙ୍ଘ ମୁଣ୍ଡମରାଇ, ଆଶାର ଆଲୋକ ସର୍ବଦା ସେବାରେ ଅନୁଷ୍ଠାନର ସଦସ୍ୟମାନଙ୍କ ସହଯୋଗ କରିଥିଲେ l