ଶୁକ୍ରବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲାରେ ବସ୍ ଦୁର୍ଘଟଣା ହୋଇଛି । ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଲାଣି ରାସ୍ତାରେ ଖସି ପଡ଼ିଥିବା ଜଣାପଡିଛି । ବସରେ ୩୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ, ସୌଭାଗ୍ୟବଶତଃ ଅଳ୍ପକେ ବର୍ତି ଯାଇଛନ୍ତି । ଶୁକ୍ରବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ଥାନା ଏକ୍ରିକୂପା ଗାଁ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆରବି କୋଚ୍ ନାମକ ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସି ପଡ଼ିଛି ।
ବ୍ରହ୍ମପୁରରୁ ଇନ୍ଦ୍ରାବତୀ ଯାଉଥିବା ବସ୍ଟି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବୁଲାଣି ରାସ୍ତାରେ ଖସି ପଡ଼ିଥିବା ଜଣାପଡିଛି । ଷ୍ଟିଅରିଂ ଲକ୍ ଯୋଗୁଁ ଏହି ଦୁର୍ଘଟଣା ହୋଇଥିବା ଗାଡି ଚାଳକ କହିଛନ୍ତି। ତେବେ ବସ୍ ରେ ୩୦ରୁ ଊର୍ଦ୍ଧ ଯାତ୍ରୀ ଥିବାବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି । ମୋହନା ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସ୍ତିତି ଯାଞ୍ଚ କରିଛନ୍ତି ଏବଂ ଅନ୍ୟ ଏକ ଗାଡିରେ ଯାତ୍ରୀମାନଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇଛନ୍ତି।