ଅଜଣା ବାଇକ ଦୁର୍ଘଟଣାରେ ବ୍ୟବସାୟୀ ମୃତ

ଆସିକା ୧୦/୦୫: କୋଟିନଡ଼ା ଥାନା ଅନ୍ତର୍ଗତ ବରଗାଁ ଶ୍ମାଶନ ଠାରେ ଅଜଣା ବାଇକ ଦୁର୍ଘଟଣାରେ ବ୍ୟବସାୟୀ ଙ୍କ ମୃତ୍ଯୁ ଘଟିଛିl ପ୍ରକାଶ ଥାଉକି ଆସିକା ନିକଟ ଜୟପୁର ଗ୍ରାମରେ ଏକ ଯାତ୍ରା ଅନୁଷ୍ଠିତ ହେଉଥିଲାl ଏହି ଯାତ୍ରା ରେ ଦୋକାନ ଖୋଲିବା ପାଇଁ ଆସିକା କଳିଙ୍ଗ ରୋଡ଼ର ଚିତ୍ରସେନ ଦାସ ଓ ଦେବଭୂମି ଗ୍ରାମର ମାଗତା ସାହୁ ନିଜ ହୋଣ୍ଡା ସାଇନ ଗାଡି ନମ୍ବର ଓଡି ୩୨ ଏଚ ୩୭୩୪ ରେ ଯାଉଥିବା ସମୟରେ ହଠାତ ବରଗାଁ ଶ୍ମାଶନ ନିକଟରେ ଗୋଟିଏ ଅଜଣା ଗାଡ଼ି ଧକ୍କାରେ ଉଭୟ ବିଲ ଭିତରକୁ ଛିଟିକି ପଡ଼ିଥିଲେ l ସ୍ଥାନୀୟ ଲୋକ ସହାୟତାରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଉଭୟଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଲୟକୁ ଆଣିଥିଲେl

ସେଠାରେ କାର୍ଯ୍ୟରତ ଡାକ୍ତର ମାଗତା ସାହୁଙ୍କ ମୃତ୍ଯୁ ଘୋଷଣା କରିଥିଲେ l ଚିତ୍ରସେନ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି l ଏନେଇ କୋଟିନଡ଼ା ଥାନାରେ ମୃତ ମାଗତା ସାହୁଙ୍କ ସ୍ତ୍ରୀ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଭିତ୍ତି କରି ଥାନା ପକ୍ଷରୁ ଥାନା କେସ ନମ୍ବର ୧୧୯/୨୩ ଧାରା ୨୭୯,୩୩୭,୩୩୮,୪୦୪ଏ ପ୍ରକାରେ ମାମଲା ରୁଜୁ କରି ଆସିକା ମେଡ଼ିକାଲରେ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଦିଆ ଯାଇଥିବା କୋଟିନଡ଼ା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି l